
ଭୁବନେଶ୍ୱର, ୨୦ ଅପ୍ରେଲ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କନ୍ଧମାଳ ଜିଲ୍ଲାର କୋଟଗଡ଼ରେ ସର୍ବାଧିକ ୫୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କେନ୍ଦୁଝର ଜିଲ୍ଲାର ସ୍ୱାମପାଟଣାରେ ୪୨.୬ ମି.ମି., ନବରଙ୍ଗପୁର ଜିଲ୍ଲାର ଡାବୁଗାଁରେ ୪୦.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ୩୨.୦ ମି.ମି., କେନ୍ଦୁଝର ଜିଲ୍ଲାର ସାହରପଡ଼ାରେ ୨୬.୪ ମି.ମି., ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ୨୧.୨ ମି.ମି., କୋରାପୁଟ ଜିଲ୍ଲାର ପଟାଙ୍ଗିରେ ୨୧.୨ ମି.ମି., କେନ୍ଦୁଝର ଜିଲ୍ଲାର ଘସିପୁରାରେ ୨୦.୩ ମି.ମି., ବାଲେଶ୍ୱର ଜିଲ୍ଲାର ଔପଦାରେ ୧୮.୦ ମି.ମି., କୋରାପୁଟ ଜିଲ୍ଲାର କୋଟଗଡ଼ରେ ୧୬.୦ ମି.ମି., ଭଦ୍ରକ ଜିଲ୍ଲାର ଭଦ୍ରକରେ ୧୫.୦ ମି.ମି., କୋରାପୁଟ ଜିଲ୍ଲାର ନନ୍ଦପୁରରେ ୧୪.୦ ମି.ମି. ଏବଂ ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ୧୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ