
ନୂଆଦିଲ୍ଲୀ, ୨୦
ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକହିଛନ୍ତି
ଯେ କୃଷି ଆମ ସମୃଦ୍ଧିର ଭିତ୍ତି ଏବଂ କୃଷକ ଭାଇ-ଭଉଣୀମାନେ ଦେଶର ଅନ୍ନଦାତା। ସେ କହିଛନ୍ତି ଯେ
ତାଙ୍କର କଠିନ ପରିଶ୍ରମ ଓ ସମର୍ପଣ ଦେଶର ପ୍ରଗତିକୁ ସୁନିଶ୍ଚିତ କରେ।
ପ୍ରଧାନମନ୍ତ୍ରୀ ମୋଦି
ସୋମବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ପୋଷ୍ଟ କରି ଏକ ସଂସ୍କୃତ ସୁଭାଷିତ ସେୟାର
କରିଥିଲେ—
“କୃଷିର୍ଧନ୍ୟା
କୃଷିର୍ମେଧ୍ୟା ଜନ୍ତୁନାଂ ଜୀବନଂ କୃଷିଃ।
ଅନ୍ନଦଃ ସର୍ବଦଶ୍ଚୈବ
ତସ୍ମାଚ୍ଛ୍ରେଷ୍ଠତରୋ ହି ସଃ॥”
ଏହି ସୁଭାଷିତର ଅର୍ଥ ହେଉଛି
ଯେ କୃଷି ଧନ ଦେଇଥାଏ, ବୁଦ୍ଧିକୁ ପବିତ୍ର କରେ ଏବଂ ସମସ୍ତ ଜୀବଙ୍କର ଆଧାର। ଯେ କୃଷକ ଫସଲ
ଉତ୍ପାଦନ କରି ସମସ୍ତଙ୍କୁ ଅନ୍ନ ଯୋଗାଉଛନ୍ତି,
ସେ ପ୍ରକୃତରେ ସବୁକିଛି ଦେଇଥିବା ଜଣେ ଦାତା। କାରଣ ଅନ୍ନ ବିନା ଅନ୍ୟ
କୌଣସି ଦାନ କିମ୍ବା ବସ୍ତୁର ମୂଲ୍ୟ ନାହିଁ,
ତେଣୁ କୃଷି କରୁଥିବା କୃଷକ ସବୁଠାରୁ ଶ୍ରେଷ୍ଠ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା