
ନୂଆଦିଲ୍ଲୀ, 20
ଏପ୍ରିଲ (ହି.ସ.)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ରେଳ ଓ ସଡ଼କ କେବଳ ପରିବହନର
ସାଧନ ନୁହେଁ, ବରଂ ଆର୍ଥିକ ରାଷ୍ଟ୍ରର ଭିତ୍ତିଭୂମି। ଭିତ୍ତିଭୂମି ଢାଞ୍ଚାର ବିକାଶ
ଆର୍ଥିକ ବିସ୍ତାର, ସାମାଜିକ ସମାବେଶ ଓ ଜାତୀୟ ଏକତା ପାଇଁ ଗୁରୁତ୍ୱପୂର୍ଣ୍ଣ ଉପକରଣ
ଅଟେ। ରାଷ୍ଟ୍ରପତି ଭବନରେ ଭାରତୀୟ ରେଳର ପ୍ରୋବେସନରୀ ଅଧିକାରୀମାନେ ଓ କେନ୍ଦ୍ରୀୟ
ଇଞ୍ଜିନିୟରିଂ ସେବା (ସଡ଼କ)ର ସହାୟକ କାର୍ଯ୍ୟପାଳକ ଅଭିଯନ୍ତାମାନଙ୍କ ସହ ସାକ୍ଷାତ ସମୟରେ ସେ
ଏହି କଥା କହିଥିଲେ।
ରାଷ୍ଟ୍ରପତିଙ୍କ ସହ ଭେଟିବା
ପାଇଁ ଭାରତୀୟ ରେଲର 2022 ଓ 2023 ବ୍ୟାଚର ଅଧିକାରୀମାନେ ଏବଂ କେନ୍ଦ୍ରୀୟ ଇଞ୍ଜିନିୟରିଂ ସେବା
(ସଡ଼କ)ର 2021, 2022, 2023 ଓ 2024 ବ୍ୟାଚର ସହାୟକ କାର୍ଯ୍ୟପାଳକ ଅଭିଯନ୍ତାମାନେ
ଆମନ୍ତ୍ରିତ ହୋଇଥିଲେ। ରାଷ୍ଟ୍ରପତି ସେମାନଙ୍କୁ କହିଥିଲେ ଯେ ସେମାନେ ଏମିତି ସମୟରେ
ସର୍ବସାଧାରଣ ସେବାରେ ପ୍ରବେଶ କରିଛନ୍ତି,
ଯେତେବେଳେ ଦେଶ ‘ବିକଶିତ ଭାରତ’ର ସଂକଳ୍ପ ସହ ଦ୍ରୁତ ଗତିରେ ଆଗକୁ
ବଢ଼ୁଛି। ଭାରତୀୟ ରେଲ ଓ କେନ୍ଦ୍ରୀୟ ଇଞ୍ଜିନିୟରିଂ ସେବା (ସଡ଼କ)ର ଯୁବ ଅଧିକାରୀ ଭାବେ ସେମାନଙ୍କର
ନିଷ୍ପତ୍ତି ଓ କାର୍ଯ୍ୟ ସିଧାସଳଖ ଭାବେ କୋଟିକୋଟି ନାଗରିକଙ୍କ ଜୀବନମାନକୁ ପ୍ରଭାବିତ କରିବ।
ରାଷ୍ଟ୍ରପତି କହିଥିଲେ ଯେ ଭିତ୍ତିଭୂମି
ଢାଞ୍ଚା ହେଉଛି ସେହି ଭିତ୍ତି, ଯାହା ଉପରେ ଆଧୁନିକ ରାଷ୍ଟ୍ରଗୁଡ଼ିକ ଗଢ଼ିଉଠେ। ରେଲୱେ ଓ ରାଜମାର୍ଗ
କେବଳ ପରିବହନ ମାଧ୍ୟମ ନୁହେଁ; ସେଗୁଡ଼ିକ ଆର୍ଥିକ ବିକାଶ,
ସାମାଜିକ ସମାବେଶ ଓ ଜାତୀୟ ଏକତାର ମାଧ୍ୟମ। ଯେତେବେଳେ ଗୋଟିଏ
ଟ୍ରେନ୍ ଦୂରଦୂରାନ୍ତ ଗାଁକୁ ପହଞ୍ଚେ କିମ୍ବା ଗୋଟିଏ ରାଜମାର୍ଗ କୌଣସି ଅଞ୍ଚଳକୁ ଯୋଡ଼େ, ସେତେବେଳେ
ସେଠାରେ ସାମାଜିକ-ଆର୍ଥିକ ବିକାଶର ନୂଆ ସୁଯୋଗ ସୃଷ୍ଟି ହୁଏ। ଶକ୍ତିଶାଳୀ ଭିତ୍ତିଭୂମି
ଲଜିଷ୍ଟିକ୍ସ ଖର୍ଚ୍ଚ କମାଏ, ବ୍ୟାପାରକୁ ବଢ଼ାଏ ଏବଂ ନିବେଶକୁ ଆକର୍ଷିତ କରେ।
ସେ ଆହୁରି କହିଥିଲେ ଯେ ମଜବୁତ ଭିତ୍ତିଭୂମି ଲଜିଷ୍ଟିକ୍ସ
ଖର୍ଚ୍ଚ କମାଏ, ବ୍ୟାପାରକୁ ପ୍ରୋତ୍ସାହନ
ଦେଇଥାଏ, ନିବେଶ ଆକର୍ଷିତ କରେ ଓ ଉତ୍ପାଦକତା ବଢ଼ାଏ। ଏହା ଭିନ୍ନ
ଭିନ୍ନ ଅଞ୍ଚଳ ଓ ଲୋକମାନଙ୍କୁ ନିକଟ କରି ଜାତୀୟ ଏକତାକୁ ସୁଦୃଢ କରେ। ସେ ଅଧିକାରୀମାନଙ୍କୁ
ପରାମର୍ଶ ଦେଇ କହିଥିଲେ ଯେ ସେମାନେ ଏହା ମନେ ରଖନ୍ତୁ ଯେ କେବଳ ସଂଖ୍ୟା ସଫଳତାକୁ ପରିଭାଷିତ
କରେ ନାହିଁ। ସେମାନଙ୍କ କାମର ବାସ୍ତବ ପରୀକ୍ଷା ହେଉଛି ଯେ ତାହା ଲୋକମାନଙ୍କ ଜୀବନକୁ କେତେ ପ୍ରଭାବିତ
କରିପାରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା