ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର
ଝାରସୁଗୁଡ଼ା, ୨୦ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ସୋମବାର କୋଲାବିରା ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାପାଳ କୃଣାଳ ମୋତିରାମ ଚୌହାଣ ଯୋଗଦେଇ ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ l ଏହି ଶିବିରରେ ୧୦ଟି ସାମୁହିକ ଓ ୨
ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର


ଝାରସୁଗୁଡ଼ା, ୨୦ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ସୋମବାର କୋଲାବିରା ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାପାଳ କୃଣାଳ ମୋତିରାମ ଚୌହାଣ ଯୋଗଦେଇ ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ l ଏହି ଶିବିରରେ ୧୦ଟି ସାମୁହିକ ଓ ୨୦ଟି ବ୍ୟକ୍ତିଗତ ସହ ମୋଟ ୩୦ଟି ଅଭିଯୋଗ ଆଗତ ହୋଇଥିଲା l କୋଲାବିରା ବ୍ଲକରେ ସୋଲାର ଲାଇଟ୍ ଲଗାଇବାରେ ଦୁର୍ନୀତି, ସୋଡାମାଳ ପଞ୍ଚାୟତରେ ବୃକ୍ଷ ରୋପଣ ନାମରେ ଅର୍ଥ ଆତ୍ମସାତ୍, ସମାସିଂହା ସର୍ଗିପଡ଼ାରେ ନଳକୂପ ନିର୍ମାଣ, ୧ ବର୍ଷରୁ ଉର୍ଦ୍ଧ୍ବ ହେଲା ଖାଲିଥିବା କୋଲାବିରା ଥାନାଧିକାରୀ ପଦବୀ ପୂରଣ କରିବା, କେଲେଣ୍ଡାମାଲ ପଞ୍ଚାୟତରେ ବସ୍ତି ଯୋଗ୍ୟ ଜମିକୁ ହାତେଇ ନେବା, କେଲେଣ୍ଡାମାଲ ପଞ୍ଚାୟତରେ କାରଖାନା ଯୋଗୁଁ ବ୍ୟାପକ ପ୍ରଦୂଷଣ ହେବା, ସମାସିଂହାରେ କଂକ୍ରିଟ ରାସ୍ତା ମରାମତି, ବେଲମୁଣ୍ଡା ଖେଳ ପଡିଆରେ ନଳକୂପ ଖନନ ଇତ୍ୟାଦି ସାମୁହିକ ଅଭିଯୋଗ ହୋଇଥିଲା l ଏହାସହ ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ଚିକିତ୍ସା ସହାୟତା , ସୁଭଦ୍ରା ଯୋଜନାରେ ସାମିଲ, ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ପ୍ରଦାନ, ରୟତି ଜମିରେ ବିନା ଅନୁମତି ରେ ଗ୍ୟାସ ପାଇପ୍ ଲାଇନ୍ ବିଛାଇବା, ପ୍ରଧାନମନ୍ତ୍ରୀ ଆବାସ, ୪ ଡେସିମିଲ ଜମି ପ୍ରଦାନ, ଦଶମ ଶ୍ରେଣୀ ଛାତ୍ର ବୃତ୍ତି ପ୍ରଦାନ, ଜନ୍ମ ପ୍ରମାଣ ପତ୍ର ପ୍ରଦାନ ଇତ୍ୟାଦି ଅଭିଯୋଗ ରହିଥିଲା l

ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ବରଂଜନ ନାୟକ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ବିଡ଼ିଓ ଅଶୋକ ମାଝୀ, ତହସିଲଦାର ମନୋଜ କୁଜୁର ପ୍ରମୁଖଙ୍କ ସହ ସବୁ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande