ଭାରତର ପରମ୍ପରାକୁ ବୁଝିବା ପାଇଁ ସଂସ୍କୃତ ଜାଣିବା ଅନିବାର୍ଯ୍ୟ- ଡ.ମୋହନ ଭାଗବତ
ନୂଆଦିଲ୍ଲୀରେ ସଂସ୍କୃତ ଭାରତୀର କେନ୍ଦ୍ରୀୟ କାର୍ଯ୍ୟାଳୟ ଉଦଘାଟନ ନୂଆଦିଲ୍ଲୀ, 20 ଏପ୍ରିଲ (ହି.ସ.)। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ସଂସ୍କୃତ ଭାଷାକୁ ମନୁଷ୍ୟର କେବେ କ୍ଷୟ ନ ହେଉଥିବା ଆଭୂଷଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସଂସ୍କୃତ
ଭାରତର ପରମ୍ପରାକୁ ବୁଝିବା ପାଇଁ ସଂସ୍କୃତ ଜାଣିବା     ଅନିବାର୍ଯ୍ୟ- ଡ.ମୋହନ ଭାଗବତ


ନୂଆଦିଲ୍ଲୀରେ ସଂସ୍କୃତ ଭାରତୀର କେନ୍ଦ୍ରୀୟ କାର୍ଯ୍ୟାଳୟ

ଉଦଘାଟନ

ନୂଆଦିଲ୍ଲୀ, 20 ଏପ୍ରିଲ (ହି.ସ.)। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ସଂସ୍କୃତ

ଭାଷାକୁ ମନୁଷ୍ୟର କେବେ କ୍ଷୟ ନ ହେଉଥିବା ଆଭୂଷଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସଂସ୍କୃତ

କେବଳ ଗୋଟିଏ ଭାଷା ନୁହେଁ, ବରଂ ଭାରତର ପ୍ରାଚୀନ ପରମ୍ପରା, ଜ୍ଞାନ ଓ ଜୀବନ ଦୃଷ୍ଟିକୋଣର ଆଧାରଶିଳା ଅଟେ। ସଂସ୍କୃତ ମାଧ୍ୟମରେ ହିଁ ଭାରତର ସାଂସ୍କୃତିକ

ଧରୋହରକୁ ସଠିକ ଭାବେ ବୁଝିବା ଓ ଆଗକୁ ବଢ଼ାଇବା ସମ୍ଭବ।

ସଂଘ ପ୍ରମୁଖ ସୋମବାର ପଣ୍ଡିତ ଦୀନଦୟାଳ ଉପାଧ୍ୟାୟ ମାର୍ଗରେ

ଅବସ୍ଥିତ ସଂସ୍କୃତ ଭାରତୀର କେନ୍ଦ୍ରୀୟ କାର୍ଯ୍ୟାଳୟ ‘ପ୍ରଣବ’ର ଉଦ୍ଘାଟନ କରିବା ସମୟରେ ଏହି ମତ

ପ୍ରକାଶ କରିଥିଲେ। ଅକ୍ଷୟ ତୃତୀୟାର ପ୍ରଭାତୀ ଶୁଭ ମୁହୂର୍ତ୍ତରେ ବିଧିବଦ୍ଧ ଭାବେ ଉଦ୍ଘାଟନ ପରେ

ସେ ଉପସ୍ଥିତ ଜନସମୁଦାୟକୁ ସମ୍ବୋଧିତ କରି ଏହାକୁ ଅତ୍ୟନ୍ତ ଶୁଭ ଓ ପ୍ରେରଣାଦାୟକ ମୁହୂର୍ତ୍ତ

ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ଦିନ ଆରମ୍ଭ ହେଉଥିବା କାମ ଅକ୍ଷୟ ରହେ, ସେହିପରି ଏହି କାର୍ଯ୍ୟାଳୟ ସଂସ୍କୃତ ପ୍ରସାରରେ ଦୀର୍ଘକାଳୀନ ଭୂମିକା ନିଭାଇବ।

ଉଲ୍ଲେଖନୀୟ ଯେ ‘ପ୍ରଣବ’ ନାମ ସୃଷ୍ଟିର ମୂଳ ନାଦର ପ୍ରତୀକ।

ସେ ସ୍ପଷ୍ଟ କରିଛନ୍ତି ଯେ ଭବନ ଓ ସାଧନ ସମ୍ପତ୍ତି କାମର କାରଣ ହୁଏ, କିନ୍ତୁ କାମ ସେଗୁଡ଼ିକ ଉପରେ ଚାଲେନି। କାର୍ଯ୍ୟକର୍ତ୍ତାମାନଙ୍କର ନିଷ୍ଠା ଓ ସମର୍ପଣ ହିଁ

କୌଣସି ସଂଗଠନର ସତ୍ୟ ସକ୍ତି ଅଟେ। କାର୍ଯ୍ୟାଳୟର ନିର୍ମାଣ କାମର ପ୍ରଗତିର ସଙ୍କେତ, କିନ୍ତୁ ଏହାକୁ ଲକ୍ଷ୍ୟ ନୁହେଁ, ସାଧନ ଭାବେ ଦେଖିବା ଉଚିତ।

ସେ କହିଛନ୍ତି ଯେ ଭାରତ କେବଳ ଗୋଟିଏ ଭୌଗୋଳିକ ଏକକ ନୁହେଁ, ବରଂ ଏକ ଜୀବନ୍ତ ପରମ୍ପରା। ଏହି ପରମ୍ପରାକୁ ବୁଝିବା ଓ ଆଗକୁ ବଢ଼ାଇବା ପାଇଁ ସଂସ୍କୃତ

ଜ୍ଞାନ ଅତ୍ୟାବଶ୍ୟକ। ସଂସ୍କୃତ ଭାରତୀର କାର୍ଯ୍ୟ କେବଳ ଭାଷା ଶିଖାଇବା ନୁହେଁ, ବରଂ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧକୁ ସମାଜରେ ସ୍ଥାପିତ କରିବା।

ସେ ନିଜ ଅନୁଭବ ସେୟାର କରି କହିଛନ୍ତି ଯେ ସଂସ୍କୃତକୁ କଠିନ

ମନେ କରିବା ଗୋଟିଏ ଭ୍ରମ। ଭାଷା ଶିଖିବାର ସବୁଠୁ ସହଜ ଉପାୟ ହେଉଛି ସମ୍ଭାଷଣ। ସଂସ୍କୃତ ଭାରତୀ

ଦ୍ୱାରା ଚାଲିଥିବା ସମ୍ଭାଷଣ ଶିବିର ଅଳ୍ପ ସମୟରେ ଲୋକମାନଙ୍କ ମନରେ ସଂସ୍କୃତ ପ୍ରତି ରୁଚି

ସୃଷ୍ଟି କରିଛି ଏବଂ ଏହି କାମ ଆଗକୁ ଆରୋ ଜୋରଦାର ଭାବେ ଚାଲିବା ଉଚିତ।

ସେ କହିଛନ୍ତି ଯେ ସଂସ୍କୃତ ଭାରତର ସମସ୍ତ ଭାଷାକୁ ଯୋଡ଼ି

ରଖୁଥିବା ଏକ ସେତୁ। ପ୍ରତ୍ୟେକ ଭାରତୀୟ ଭାଷାରେ ସଂସ୍କୃତର ଶବ୍ଦ ରହିଛି, ଯାହା ଏହାକୁ ଏକତା ଓ ସମନ୍ୱୟର ଆଧାର କରେ। ସଂସ୍କୃତର ପ୍ରସାର ଅନ୍ୟ ଭାଷାକୁ କମଜୋର କରେ

ନାହିଁ,

ବରଂ ତାକୁ ସମୃଦ୍ଧ କରେ।

ସେ କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆଶା କରିଛନ୍ତି ଯେ ଏହି

କାର୍ଯ୍ୟାଳୟ ସଂସ୍କୃତ ସମ୍ଭାଷଣର କେନ୍ଦ୍ର ହେବ, ଯେଉଁଠାରେ ଆସୁଥିବା ପ୍ରତ୍ୟେକ ଲୋକ ଭାଷା ଶିଖିବା ଓ ଏହା ସହିତ ଜଡ଼ିବାକୁ ପ୍ରେରିତ ହେବେ।

ସେ କହିଛନ୍ତି ଯେ ଏମିତି ପରିବେଶ ତିଆରି କରାଯାଉ ଯାହା ଅଧିକରେ ଅଧିକ ଲୋକଙ୍କୁ ସଂସ୍କୃତ ସହିତ ଯୋଡ଼ିବାରେ

ସହାୟକ ହେବ ଏବଂ ଏହି ଭାଷା ପୁଣିଥରେ ଜନସାଧାରଣର ଭାଷା ହୋଇଉଠିବ।

ସେ ନିଶ୍ଚୟତା ବ୍ୟକ୍ତ କରିଥିଲେ ଯେ

କାର୍ଯ୍ୟକର୍ତ୍ତାମାନଙ୍କର ପ୍ରୟାସରେ ସଂସ୍କୃତ ଭାରତୀର ଏହି କାମ ନିରନ୍ତର ବିସ୍ତାର ପାଇ ତାହାର

ଲକ୍ଷ୍ୟକୁ ନିଶ୍ଚୟ ପ୍ରାପ୍ତ କରିବ।

ଏହି ଅବସରରେ ଅଖିଲ ଭାରତୀୟ ସଂସ୍କୃତ ଭାରତୀ ଅଧ୍ୟକ୍ଷ ପ୍ରଫେସର

ରମେଶ କୁମାର ପାଣ୍ଡେୟ ଓ ସଂସ୍କୃତ ଭାରତୀ ନ୍ୟାସ ଦିଲ୍ଲୀ ପ୍ରାନ୍ତର ଅଧ୍ୟକ୍ଷ ପ୍ରଣୀବ କାନ୍ତ

ଉପସ୍ଥିତ ଥିଲେ। ପ୍ରସ୍ତାବନା ଅଖିଲ ଭାରତୀୟ ସଂଗଠନ ମନ୍ତ୍ରୀ ଜୟପ୍ରକାଶ ଗୌତମ ପ୍ରସ୍ତୁତ

କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande