ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ, ଲକ୍ଷ୍ମୀ ନୃସିଂହଙ୍କ ଚନ୍ଦନ ଲାଗି ବେଶ
ଜୟପୁର, ୨୦ ଏପ୍ରିଲ୍ (ହି.ସ.)- ଆଜି ପବିତ୍ର ଅକ୍ଷୟ ତୃତିଆ ଅବସରରେ ଜୟପୁର ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପାରମ୍ପରିକ ଭାବେ କଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ସ୍ୱରୁପ ରଥ କାଠ ଅନୁକୁଳ କାର୍ଯ୍ୟକ୍ରମ ପୁଜା ପାଠ, ଆଳତି କରାଯାଇ ଅନୁଷ୍ଠିତ କରାଯାଇଛି । ଏଥିପାଇଁ ଜୟପୁର ରଘୁନା
ରଥ ନିର୍ମାଣ କାଯ୍ୟର ଶୁଭାରମ୍ବ, ଲକ୍ଷ୍ମୀ  ନୃସିଂହଙ୍କ   ଚନ୍ଦନ ଲାଗି ବେଶ


ରଥ ନିର୍ମାଣ କାଯ୍ୟର ଶୁଭାରମ୍ବ, ଲକ୍ଷ୍ମୀ  ନୃସିଂହଙ୍କ   ଚନ୍ଦନ ଲାଗି ବେଶ


ଜୟପୁର, ୨୦ ଏପ୍ରିଲ୍ (ହି.ସ.)- ଆଜି ପବିତ୍ର ଅକ୍ଷୟ ତୃତିଆ ଅବସରରେ ଜୟପୁର ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପାରମ୍ପରିକ ଭାବେ କଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ସ୍ୱରୁପ ରଥ କାଠ ଅନୁକୁଳ କାର୍ଯ୍ୟକ୍ରମ ପୁଜା ପାଠ, ଆଳତି କରାଯାଇ ଅନୁଷ୍ଠିତ କରାଯାଇଛି । ଏଥିପାଇଁ ଜୟପୁର ରଘୁନାଥ ମନ୍ଦିର ନିକଟରେ ରଥ କାଠକୁ ପୁଜା କରାଯାଇ ଅନୁକୁଳ କରାଯାଇଛି । ଜୟପୁର ଦେବୋତ୍ତର ବିଭାଗ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏଠାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ତହସିଲଦାର ସବ୍ୟସାଚି ଜେନା, ଜଗନ୍ନାଥଙ୍କ ମୁଖ୍ୟ ପୁରୋହିତ ଡମ୍ଭୁର ଧର ପଣ୍ଡା, ଜଗନ୍ନାଥ ତ୍ରିପାଠୀ, ପରିଛା ସିଦ୍ଧେଶ୍ୱର ଦାସ ସମସ୍ତ ନିତିକାନ୍ତି ତୁଲାଇଥିଲେ । ନୂତନ ଢାଞ୍ଚାରେ ନୂତନ ରଥ ଚଳିତ ବର୍ଷ ନିର୍ମାଣ ହେବ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ଆଜି ପବିତ୍ର ଅକ୍ଷୟ ତୃତିୟା ଅବସରରେ ଜୟପୁର ଜଗନ୍ନାଥ ମନ୍ଦିରରେ ଶ୍ରୀ ଜିଉଙ୍କୁ ସ୍ୱତନ୍ତ୍ର ବେଶରେ ସଜ୍ଜିତ କରାଯାଛି । ଏହା ସହ ଅକ୍ଷୟ ତୃତିଆରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳିଥାଏ ବୋଲି ପ୍ରବାଦ ରହିଛି । ଏନେଇ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରି ଫେରୁଥିବା ଲକ୍ଷ୍ୟ କରାଯାଇଛି । ଏହା ସହ ବଲ୍ଲଭ ନାରାୟଣଙ୍କୁ ମଧ୍ୟ ସ୍ୱତନ୍ତ୍ର ବେଶ କରାଯାଇଛି । କଣ୍ଡରାସାହି ସ୍ଥିତ ଲକ୍ଷ୍ମୀ ନୃସିଂହଙ୍କୁ ମଧ୍ୟ ସ୍ୱତନ୍ତ୍ର ବେଶ କରାଯାଇ ସ୍ୱତନ୍ତ୍ର ନିତିକାନ୍ତି , ଆଳତି, ଭୋଗ ଲାଗି କରାଯାଇଛି । ପ୍ରଭୁ ଲକ୍ଷ୍ମୀ ନୃସିଂହ ୧୩ ଦିନ ଚନ୍ଦନ ଲାଗି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ପୁରୋହିତ ସୁନିଲ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଏଠାରେ ୧୩ ଦିନ ଧରି ବିଭିନ୍ନ ଫଳ ଭୋଗ ଲାଗି କରାଯିବ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande