
ବଲାଙ୍ଗିର, ୨୦ ଏପ୍ରିଲ୍ (ହି.ସ.)- ଆସନ୍ତା ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର ୫ ର ନଅ ଜଣ ଛାତ୍ର ଛାତ୍ରୀ ଭାଗ ନେବା ପାଇଁ ମନୋନିତ ହୋଇଛନ୍ତି । ଜାତୀୟ ସ୍ତରୀୟ ଟାଇକଣ୍ଡୋ କୋଚ ତଥା ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ସାଧାରଣ ସମ୍ପାଦକ ଅସୀମ କୁମାର ଭୋଇ ଏହି ନଅ ଜଣ ଛାତ୍ରଙ୍କୁ ପ୍ରଶିକ୍ଷଣ ଦେଇ ମନୋନୀତ କରିଥିବା ସ୍କୁଲ ତରଫରୁ ସୂଚନା ଦିଆଯାଇଛି । ଏଥିରେ ବାଳିକା (ଫାଇଟ) ବିଭାଗରେ ସ୍ନେହାରୀକା ସାଏ, ସ୍ନେହା ସାହୁ, ଆଦ୍ୟାଶା ବେହେରା, ରେସ୍ମା ତ୍ରିପାଠି, ସ୍ନେହା ଆତ୍ମଜା ଦ୍ୱାରି, ଶ୍ରୀଷ୍ଟି ନାଗ, ପ୍ରକୃତି ପାଣିଗ୍ରାହୀ, ଆଦ୍ୟାଶା ମହାପାତ୍ର ଓ ବାଳକ ବିଭାଗରେ ସାକେତ ହୋତା ଭାଗ ନେବେ ବୋଲି ସୂଚନା ଦିଆଯାଇଛି ।
ଗାଇଡ ଶିକ୍ଷକ ରାଜଲକ୍ଷ୍ମୀ ମେହେରଙ୍କ ସଙ୍ଗେ ସମସ୍ତ ଛାତ୍ରୀ ଆଜି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ସ୍କୁଲ ଅଧ୍ୟକ୍ଷ ଗଣେଷ ପ୍ରଧାନ ଛାତ୍ର ଛାତ୍ରୀଙ୍କ ସଫଳତା କାମନା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ