ଏସବିଆଇ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ
ମାଲକାନଗିରି, ୨୦ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି -୨୩ ଗ୍ରାମ ୩୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଏକ ଗ୍ରାହକ ସେବା କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କାଲିମେଳା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡ
ଏସବିଆଇ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ


ମାଲକାନଗିରି, ୨୦ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି -୨୩ ଗ୍ରାମ ୩୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଏକ ଗ୍ରାହକ ସେବା କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କାଲିମେଳା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜର ଜଗତ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲା କୋୟା ସମାଜ ସାଧାରଣ ସମ୍ପାଦକ ଆଡମା ରାବା ଯୋଗଦେଇଥିଲେ । ଗ୍ରାହକ ସେବା କେନ୍ଦ୍ର ଦ୍ବାରା ଆଖପାଖ ଅଞ୍ଚଳର ବହୁ ଲୋକମାନେ ନୂଆ ଖାତା ଖୋଲିବା, ନଗଦ ଜମା, ଉଠାଣ, ବିଭିନ୍ନ ପ୍ରକାର ପେନସନ ଯୋଜନା, ଲୋନ ଭଳି ଅନେକ ପ୍ରକାର ସେବା ସୁବିଧା ପାଇପାରିବେ ବୋଲି କେନ୍ଦ୍ର ପରିଚାଳକ ମିରିକଙ୍କ ମଣ୍ଡଳ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande