ସିରିପେଟା ଜଗନ୍ନାଥ ମନ୍ଦିରରେ ଅକ୍ଷୟ ତୃତୀୟା ପାଳିତ
ମାଲକାନଗିରି, ୨୦ ଏପ୍ରିଲ୍ (ହି.ସ.)- କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ପରକାନମାଳା ପଞ୍ଚାୟତର ସିରିପେଟା ଗ୍ରାମ ସ୍ଥିତ ଦୟଣା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି । ପ୍ରକାଶ ଥାଉକି, ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନ
ସିରିପେଟା ଜଗନ୍ନାଥ ମନ୍ଦିର ରେ ଅକ୍ଷୟ ତୃତୀୟା ପାଳିତ


ମାଲକାନଗିରି, ୨୦ ଏପ୍ରିଲ୍ (ହି.ସ.)- କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ପରକାନମାଳା ପଞ୍ଚାୟତର ସିରିପେଟା ଗ୍ରାମ ସ୍ଥିତ ଦୟଣା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି ।

ପ୍ରକାଶ ଥାଉକି, ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହି ଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଯାଏ ଓ ପବିତ୍ର ରଥଯାତ୍ରା ଉପଲକ୍ଷେ ରଥକାଠ ଅନୁକୂଳ କରାଯାଇଥାଏ ।

ଆଜିର କାର୍ଯ୍ୟକ୍ରମରେ ମନ୍ଦିରର ମୁଖ୍ୟ ପୂଜକ ବିଜୟାନନ୍ଦ ପଣ୍ଡାଙ୍କ ପୈାରହିତ୍ୟରେ ମୁଖ୍ୟ କର୍ତ୍ତା ଜେ. ରାଙ୍ଗା ରାଓ, ବିଶ୍ୱ ହିନ୍ଦୁ ପରିଷଦର କ୍ଷେତ୍ରିୟ ପ୍ରଚାରକ ଅର୍ଜୁନ ଶାସ୍ତ୍ରୀ, ମନ୍ଦିର ଟ୍ରଷ୍ଟ ସଭାପତି ସନାତନ ମାଢୀ, ଭଗବାନ ସାହୁ, ପଦ୍ମ ଚରଣ ପଣ୍ଡା, ସମ୍ବନ୍ଧ ମାଢୀ, ସହଦେବ ଶିଷା ଙ୍କ ସହ ମନ୍ଦିରର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ପ୍ରଥମେ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଜମିରେ ଅଖିମୁଠି ଅନୁକୂଳ କରାଯାଇଥିଲା ଓ ପରେ ମନ୍ଦିର ପରିସରରେ ଥିବା ରଥକୁ ପୁଜାର୍ଚ୍ଚନା କରାଯାଇଥିଲା। ଏହି ରଥରେ ସ୍ଥାନୀୟ ବଢେଇ ଶିବରାମ ମହାରଣା ଏକ ନୂତନ ଅଖ କାଠକୁ ଯୋଡିଥିଲେ । ଏହି ଅବସରରେ ଗ୍ରାମର ସଙ୍କୀର୍ତ୍ତନ ଦଳ ହରେକୃଷ୍ଣ ହରେରାମ ମହାମନ୍ତ୍ର କିର୍ତ୍ତନ କରି ବିଧିବିଧାନ ପୂର୍ବକ ରଥ ଅନୁକୂଳ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande