ପୋଲିସ ବିଭାଗ ପକ୍ଷରୁ ବାଲ୍ୟ ବିବାହ ସଚେତନତା ସଭା
ଜୟପୁର, ୨୦ ଏପ୍ରିଲ୍ (ହି.ସ.) - ଟାଉନ ଥାନା ତରଫରୁ ସ୍ଥାନୀୟ ରଘୁନାଥ ମନ୍ଦିର ଛକ ଠାରେ ଏହ ବାଲ୍ୟ ବିବାହ ରୋକିବା ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି ସୁନିତା ସିଡାବ୍ଲୁସି ଅଧ୍ୟକ୍ଷା ଡ.ବି ଗାୟତ୍ରୀ ଦେବୀ ଜିଲ୍ଲା
ପୋଲିସ ବିଭାଗ ପକ୍ଷରୁ ବାଲ୍ୟ ବିବାହ ସଚେତନତା ସଭା


ଜୟପୁର, ୨୦ ଏପ୍ରିଲ୍ (ହି.ସ.) - ଟାଉନ ଥାନା ତରଫରୁ ସ୍ଥାନୀୟ ରଘୁନାଥ ମନ୍ଦିର ଛକ ଠାରେ ଏହ ବାଲ୍ୟ ବିବାହ ରୋକିବା ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି ସୁନିତା ସିଡାବ୍ଲୁସି ଅଧ୍ୟକ୍ଷା ଡ.ବି ଗାୟତ୍ରୀ ଦେବୀ ଜିଲ୍ଲା ଓକିଲ ସଂଘ ସଭାପତି ବିଜୟ କୁମାର ରାୟ ଜେନାଦେଓ, ଏସଡିପିଓ ଅର୍ଚିତା ମିତଲ ମଂଚାସୀନ ଥିଲେ। ବାଲ୍ୟ ବିବାହ ନିରୋଧ ଆଇନ ୨୦୦୬ ଅନୁଯାୟୀ ୧୮ ବର୍ଷରୁ କମ ବୟସ ବାଳିକା ମାନଙ୍କ ବିବାହ ଏକ ଦଣ୍ଡନୀୟ ଅପରାଧ ବୋଲି ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ପରିଚାଳନା କରିଥିଲେ। ସେହିପରି ସଦର ଥାନା ପକ୍ଷରୁ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ସଚିନ୍ଦ୍ର ପ୍ରଧାନଙ୍କ ନେତୃତ୍ୱ ରେ ବାମୁଣୀପୁଟ ଆଶ୍ରମ ବିଦ୍ୟାଳୟରେ ବାଲ୍ୟ ବିବାହ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande