
କୋଲକାତା, ୨୦ ଏପ୍ରିଲ୍(ହି.ସ.) – ପଶ୍ଚିମବଙ୍ଗରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) କୋଲକାତା ପୋଲିସ୍ ଉପାୟୁକ୍ତ ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ଘର ତଲାସୀ ଅଭିଯାନ ଚଲାଇବା ପରେ ଏବେ ତାଙ୍କୁ ସିଜିଓ ପରିସର ସ୍ଥିତ କାର୍ଯ୍ୟାଳୟରେ ତଲବ କରିଛି। ଯାଂଚ ଏଜେନ୍ସି ପୋଲିସ୍ ଅଧିକାରୀଙ୍କ ଦୁଇ ପୁଅଙ୍କୁ ମଧ୍ୟ ପଚରାଉଚୁରା ପାଇଁ ଡକାଇଛନ୍ତି। ତାଙ୍କୁ ମଙ୍ଗଳବାର(୨୧ ଅପ୍ରେଲ) ପର୍ଯ୍ୟନ୍ତ ହାଜିର ହେବାକୁ କୁହାଯାଇଛି।
ସୂତ୍ର ଅନୁଯାୟୀ, ଦକ୍ଷିଣ କୋଲକାତା ନିବାସୀ ସୋନା ପପ୍ପୁ ଏବଂ ବେହାଲାର ପ୍ରବର୍ତକ ଜୟ କାମଦାରଙ୍କ ସହିତ କାଲୀଘାଟ ଥାନାର ପୂର୍ବ ଥାନା ପ୍ରଭାରୀ ଶାନ୍ତନୁଙ୍କ କଥିତ ସମ୍ବନ୍ଧର ସଂକେତ ମିଳିଛି। ଶାନ୍ତନୁଙ୍କ ଦୁଇ ପୁତ୍ର ଶୈକ୍ଷଣିକ ସଂସ୍ଥାନ ସହିତ ଯୋଡ଼ିଥିବା କୁହାଯାଉଛି ଏବଂ ତାଙ୍କର ମଧ୍ୟ ଜୟ କାମଦାରରୁ ପରିଚୟ ହେବା କଥା ଆଗକୁ ଆସିଛି। ଯାଂଚ ଏଜେନ୍ସି ଏହା ଜାଣିବାକୁ ଚାହେଁ ଯେ ଗିରଫ ପ୍ରବର୍ତକ ଜୟ କାମଦାରଙ୍କ ସହିତ ପୋଲିସ୍ ଅଧିକାରୀ ବା ତାଙ୍କ ପୁଅମାନଙ୍କର କୌଣସି ଆର୍ôଥକ ଦେବାନେବା ହୋଇଥିଲା ନା ନାହିଁ। ଏହି କାରଣ ପିତା ଏବଂ ପୁତ୍ରଙ୍କୁ ସମନ ପଠାଯାଇଛି।
ଅନ୍ୟପକ୍ଷରେ ଯାଂଚକର୍ତାଙ୍କୁ ସୋନା ପପ୍ପୁ ଏବଂ ଜୟ କାମଦାର ମଧ୍ୟରେ ଆର୍ôଥକ ଦେବାନେବାର ପ୍ରମାଣ ମଧ୍ୟ ମିଳିଛି। ରବିବାର ଦିନ ଲମ୍ବା ପଚରାଉଚୁରା ପରେ ଜୟ କାମଦାରଙ୍କୁ ଗିରଫ କରାଯାଇଥିଲା। ତେବେ ସ୍ୱାସ୍ଥ୍ୟ ବିଗଡ଼ିବା କାରଣରୁ ତାଙ୍କୁ ଆର୍.ଜି. କର ହସ୍ପିଟାଲରେ ଭର୍ତି କରାଯାଇଛି। ସୋମବାର ଦିନ ତାଙ୍କୁ ଅଦାଲତରେ ହାଜିର କରାଯାଇପାରେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି