ଚନ୍ଦନ ମହମହ ବାସ୍ନାରେ ମହକିଲା ନରେନ୍ଦ୍ର ପୁଷ୍କରିଣୀ ୨୧ ଦିନିଆ ଚନ୍ଦନଯାତ୍ରା ଆରମ୍ଭ
ପୁରୀ, ୨୦ ଏପ୍ରିଲ୍ (ହି.ସ.) - ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସୋମବାର ଦିନ ମହାପ୍ରଭୁଙ୍କ ପବିତ୍ର ଚନ୍ଦନଯାତ୍ରା ଆରମ୍ଭ ହୋଇଛି । ଏହା ୨୧ ଦିନ ଧରି ବାହାର ଚନ୍ଦନଯାତ୍ରା ଭାବେ ପ୍ରତିଦିନ ଦିନ ଓ ରାତି ଚାପରେ ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିବେ । ଶ୍ରୀମନ୍ଦିର ଦକ୍ଷିଣଘରୁ
ଚନ୍ଦନ ମହମହ ବାସ୍ନାରେ ମହକିଲା ନରେନ୍ଦ୍ର ପୁଷ୍କରିଣୀ


ପୁରୀ, ୨୦ ଏପ୍ରିଲ୍ (ହି.ସ.) - ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସୋମବାର ଦିନ ମହାପ୍ରଭୁଙ୍କ ପବିତ୍ର ଚନ୍ଦନଯାତ୍ରା ଆରମ୍ଭ ହୋଇଛି । ଏହା ୨୧ ଦିନ ଧରି ବାହାର ଚନ୍ଦନଯାତ୍ରା ଭାବେ ପ୍ରତିଦିନ ଦିନ ଓ ରାତି ଚାପରେ ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିବେ । ଶ୍ରୀମନ୍ଦିର ଦକ୍ଷିଣଘରୁ ବେହେରଣ ଦ୍ୱାର ଦେଇ ଅଷ୍ଟଧାତୁରେ ନିର୍ମିତ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ ଓ ଶ୍ରୀଦେବୀ ଶ୍ରୀମନ୍ଦିରରୁ ବିମାନଯୋଗେ ନରେନ୍ଦ୍ର ପୁଷ୍କରିଣୀ ଚକଡାକୁ ନିଆଯାଇଥିଲା । ଚନ୍ଦନକୁଣ୍ଡ ଓ ଚନ୍ଦନ ଘୋରା ବାସ୍ନାରେ ପୁଷ୍କରିଣୀ ଚାରିପଟ ମହକୁଥିଲା । ଶ୍ରୀମନ୍ଦିରରୁ ମଣି ବିମାନ ପଛେ ପଛେ ପାଲଙ୍କିରେ ରାମକୃଷ୍ଣ ଓ ପଛେ ପଛେ ପଂଚ ମହାଦେବ ଯଥା ମହାଦେବ ଶ୍ରୀଯମ୍ବେଶ୍ୱର, ଶ୍ରୀମାର୍କଣ୍ଡେୟ, ଶ୍ରୀଲୋକନାଥ, ଶ୍ରୀକପାଳମୋଚନ ଓ ଶ୍ରୀନୀଳକଣ୍ଠେଶ୍ୱର ବିଜେ ପ୍ରତିମା ସ୍ୱବିମାନରେ ଏହି ଯାତ୍ରାରେ ସୁରକ୍ଷା ପାଇଁ ସାମିଲ ହୋଇ ଏକ ବିରାଟ ବର୍ଣ୍ଣାଢ୍ୟ ଶୋଭାଯାତ୍ରରେ ଛତି, ଘଂଟ, ଘଂଟୁଆ, ଓଡିଶୀନୃତ୍ୟ, ସଂକୀର୍ତନ ମଣ୍ଡଳୀ, ମେଢ ମୃଦଙ୍ଗ ଓ ବାଦ୍ୟର ତାଳେ ତାଳେ ମଣିବିମାନରେ ମଣିମା ଝୁଲି ଝୁଲି ଯିବା ଦୃଶ୍ୟ ଭକ୍ତ ମାନଙ୍କୁ ବିମୋହିତ କରିଥିଲା । ଦଶଟି ଚଳନ୍ତି ପ୍ରତିମା ରୂପା ପିଙ୍ଗଣରେ ଥିବା ସୁବାସିତ ଜଳରେ ପଦଧୌତ କରାଯାଇଥିଲା । ଚାପ ନୌକାରେ ରୂପା କାରୁକାର୍ଯ୍ୟପୂର୍ଣ୍ଣ ଝଲସୁଥିଲା । ନନ୍ଦା ଚାପ ନୌକାରେ ମଦନମୋହନ ଶ୍ରୀଦେବୀ ଭୂଦେବୀ, ବଳରାମ ଓ କୃଷ୍ଣ ଉପବେସନ କରିଥିଲେ । ଭଦ୍ରା ଚାପ ନୌକାରେ ପଂଚ ମହାଦେବ ଉପବେସନ କରିଥିଲେ । ବୈଜୟନ୍ତ ଚାପ ନୌକାରେ ମହାପ୍ରଭୁଙ୍କ ଘଂଟୁଆ, କାହାଳୀଆ ଓ ତେଲିଙ୍ଗି ବାଜା ବାହକ ବାଜା ବଜାଇ ଆଗେ ଆଗେ ଯିବା ଦୃଶ୍ୟ ଭକ୍ତଙ୍କୁ ଆନନ୍ଦିତ କରିଥିଲା । ପରେ ପରେ ନନ୍ଦା ଓ ଭଦ୍ରା ନୌବିହାର କରିଥିଲେ। ଚନ୍ଦନ ଗୃହରେ ତିନୋଟି କୁଣ୍ଡରେ ଚନ୍ଦନ, କର୍ପୁର, କସ୍ତୁରୀ,ଜାଇଫଳ, ମଲ୍ଲୀ, ଚମ୍ପା, ଯୁଇ ସୁଗନ୍ଧରାଜ ପକାଯାଇ ସୁଗନ୍ଧିତ ଜଳ ପ୍ରସ୍ତୁତ କରାଯାଇଥିଲା । ଚଳନ୍ତି ପ୍ରତିମା ମଦନମୋହନ ୨୧ ଦିନଯାକ ୨୧ ପ୍ରକାର ବେଶ ଧାରଣ କରିବେ । ଚନ୍ଦନ ପୁଷ୍କରିଣୀ ଚାରିପଟ ରଙ୍ଗୀନ ଆଲୋକ ମାଳାରେ ଆଲୋକିତ ହୋଇଥିବା ବେଳେ ପୁଷ୍ପରେ ନରେନ୍ଦ୍ର ଚକଡା ଝଲସୁଥିଲା । ସାଧୁସନ୍ଥ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମେତ ଆଖପାଖ ଅଂଚଳର ହଜାର ହଜାର ଲୋକ ମହାପ୍ରଭୁଙ୍କ ମାନବୀଲୀଳା ଦର୍ଶନ କରିଥିଲେ । ହରିବୋଲ, ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲି ନରେନ୍ଦ୍ର ଚକଡା ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande