ପବିତ୍ର ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ପବିତ୍ର ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି । ଓଡ଼ିଶାର କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସରକାର ସଦାସର୍ବଦା ସଂକଳ୍ପବଦ୍ଧ
ଅକ୍ଷୟ ତୃତୀୟା


ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ପବିତ୍ର ଅକ୍ଷୟ

ତୃତୀୟାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ସମସ୍ତଙ୍କ

ମଙ୍ଗଳ କାମନା କରିଛନ୍ତି । ଓଡ଼ିଶାର କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସରକାର

ସଦାସର୍ବଦା ସଂକଳ୍ପବଦ୍ଧ ଏବଂ ଏହି ପବିତ୍ର ତିଥିରେ ପ୍ରତିଟି ଓଡ଼ିଆଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ବୋଲି ମହାପ୍ରଭୁଙ୍କ ନିକଟରେ

ପ୍ରାର୍ଥନା କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ସମସ୍ତ ଭାଇ ଓ

ଭଉଣୀ,

ବିଶେଷ କରି କଠିନ ପରିଶ୍ରମୀ ଅନ୍ନଦାତାମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା

ଓ ଅଭିନନ୍ଦନ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଏହି ଶୁଭ ଦିନରେ ମହାପ୍ରଭୁଙ୍କ ରଥ

ନିର୍ମାଣର ଶୁଭାରମ୍ଭ ଓ ଚାଷୀ ଭାଇଙ୍କ ଅକ୍ଷିମୁଠି ଅନୁକୂଳ ଆମ ସଂସ୍କୃତି ଓ ସମୃଦ୍ଧିର ପ୍ରତୀକ।

ଓଡ଼ିଶାର କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସରକାର ସଦାସର୍ବଦା ସଂକଳ୍ପବଦ୍ଧ ଏବଂ

ଏହି ପବିତ୍ର ତିଥିରେ ପ୍ରତିଟି ଓଡ଼ିଆଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ବୋଲି ମୁଁ ମହାପ୍ରଭୁଙ୍କ ନିକଟରେ

ପ୍ରାର୍ଥନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande