
ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ଆଜି ପବିତ୍ର
ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରୀୟ ଧାନ
ଗବେଷଣା ଅନୁଷ୍ଠାନରେ 'ଅଖିମୁଠି
ଅନୁକୂଳ'
କରିଛନ୍ତି। ଏହି ଅବସରରେ ରାଜ୍ୟର ୪୧ ଲକ୍ଷ ୬୮ ହଜାର ଚାଷୀଙ୍କ
ଆକାଉଣ୍ଟକୁ 'ସିଏମ୍ କିଷାନ' ସହାୟତା ରାଶି ପ୍ରଦାନ କରାଯାଇଛି। କଟକରେ ରାଜ୍ୟସ୍ତରୀୟ କୃଷକ
ଦିବସରେ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ । ମୋଟ ୮୩୮
କୋଟି ୪୮ ଲକ୍ଷ ଟଙ୍କା ବଣ୍ଟନ କରାଗଲା । ୪୧ ଲକ୍ଷ ୨୭ ହଜାର ୫୩୩ କ୍ଷୁଦ୍ର ଓ ୪୧ ହଜାର ୪୯
ଭୂମିହୀନ ଚାଷୀ ଉପକୃତ ହେବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା