ଆଜି ଚାଷୀଙ୍କ ଆକାଉଂଟକୁ ଯିବ ସିଏମ କିଷାନ କିସ୍ତି
ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ଆଜି ଚାଷୀଙ୍କ ଆକାଉଂଟକୁ ଯିବ ସିଏମ କିଷାନ କିସ୍ତି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ରାଜ୍ୟର ଅନ୍ନଦାତାଙ୍କ ସାମଗ୍ରିକ ସମୃଦ୍ଧି ଓ କୃଷି ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଆମ ସରକାର ସଦାସର୍ବଦା ପ୍ରତିବ
ସିଏମ କିଷାନ


ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ଆଜି ଚାଷୀଙ୍କ

ଆକାଉଂଟକୁ ଯିବ ସିଏମ କିଷାନ କିସ୍ତି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି

ଯେ, ରାଜ୍ୟର ଅନ୍ନଦାତାଙ୍କ ସାମଗ୍ରିକ ସମୃଦ୍ଧି ଓ କୃଷି ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଆମ

ସରକାର ସଦାସର୍ବଦା ପ୍ରତିବଦ୍ଧ ଏବଂ ଏହି ପରିପ୍ରେକ୍ଷୀରେ ଆଜି 'ସିଏମ-କିଷାନ' ଯୋଜନା

ଅନ୍ତର୍ଗତ ଖରିଫ-୨୦୨୬ ନିମନ୍ତେ ଆର୍ଥିକ ସହାୟତା ରାଶିର ସିଧାସଳଖ ହସ୍ତାନ୍ତର କରାଯାଉଛି। କୃଷି

କାର୍ଯ୍ୟରେ ନିୟୋଜିତ କ୍ଷୁଦ୍ର, ନାମମାତ୍ର

ଓ ଭୂମିହୀନ କୃଷି ପରିବାରଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ସହ ସେମାନଙ୍କୁ ସଶକ୍ତ କରିବା

ଆମର ମୂଳ ଲକ୍ଷ୍ୟ। ଏହି ସହାୟତା ରାଜ୍ୟର କୃଷକ ସମାଜର ମେରୁଦଣ୍ଡକୁ ସୁଦୃଢ଼ କରିବା ସହ ଏକ

ବିକଶିତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ଏକ ମାଇଲଖୁଣ୍ଟ ସଦୃଶ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande