ମହାକବି ଜୟଦେବଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ମହାକବି ଜୟଦେବଙ୍କ ଜୟନ୍ତୀରେ ତାଙ୍କୂ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶ୍ରୀଗୀତଗୋବିନ୍ଦର ଅମୃତମୟ ବାଣୀ ଓଡ଼ିଶାର ଆଧ୍ୟାତ୍ମିକତା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ମୁଖ୍ୟମନ୍ତ୍ରୀ କହ
ଜୟଦେବ


ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ମହାକବି

ଜୟଦେବଙ୍କ ଜୟନ୍ତୀରେ ତାଙ୍କୂ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶ୍ରୀଗୀତଗୋବିନ୍ଦର

ଅମୃତମୟ ବାଣୀ ଓଡ଼ିଶାର ଆଧ୍ୟାତ୍ମିକତା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ବୋଲି

ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୀତ ଗୋବିନ୍ଦର ଅମର ସ୍ରଷ୍ଟା, ମହାପ୍ରଭୁ

ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ଓଡ଼ିଶାର ଗୌରବ ମହାକବି ଜୟଦେବଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ

ପ୍ରଣାମ।

ଶ୍ରୀଗୀତଗୋବିନ୍ଦର ଅମୃତମୟ

ବାଣୀ ଓଡ଼ିଶାର ଆଧ୍ୟାତ୍ମିକତା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ। ମହାକବିଙ୍କ

ଏହି କାଳଜୟୀ ସାହିତ୍ୟ କୃତି ଆମ ଭାଷା, ସଙ୍ଗୀତ ଓ ନୃତ୍ୟ ପରମ୍ପରାକୁ ସମୃଦ୍ଧ କରିବା ସହ ସମଗ୍ର ବିଶ୍ୱରେ

ଓଡ଼ିଆ ଅସ୍ମିତାର ଗୌରବ ବୃଦ୍ଧି କରିଛି। ଆସନ୍ତୁ,

ଏହି ପବିତ୍ର ଅବସରରେ ମହାକବିଙ୍କ ସ୍ମୃତି ଚାରଣ କରିବା ସହ ଆମର

ସାଂସ୍କୃତିକ ଐତିହ୍ୟକୁ ଆହୁରି ମଜବୁତ କରିବାକୁ ସଂକଳ୍ପବଦ୍ଧ ହେବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande