
ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ବିଶିଷ୍ଟ
ସ୍ଵାଧୀନତା ସଂଗ୍ରାମୀ ବାଞ୍ଛାନିଧି ମହାନ୍ତିଙ୍କ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ । ଶାଣିତ ଲେଖନୀ ଓ ଦେଶାତ୍ମବୋଧକ ସଙ୍ଗୀତ ମାଧ୍ୟମରେ ଓଡ଼ିଶାର ଜନମାନସରେ ସ୍ୱାଧୀନତା
ସଂଗ୍ରାମର ବହ୍ନି ପ୍ରଜ୍ଵଳିତ କରିବାରେ ତାଙ୍କ ଭୂମିକା ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଅମର କବି ବାଞ୍ଛାନିଧି ମହାନ୍ତିଙ୍କ ଜୟନ୍ତୀରେ ଭକ୍ତିପୂତ
ପ୍ରଣାମ। ନିଜର ଶାଣିତ ଲେଖନୀ ଓ ଦେଶାତ୍ମବୋଧକ ସଙ୍ଗୀତ ମାଧ୍ୟମରେ ଓଡ଼ିଶାର ଜନମାନସରେ
ସ୍ୱାଧୀନତା ସଂଗ୍ରାମର ବହ୍ନି ପ୍ରଜ୍ଵଳିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କର କାଳଜୟୀ
ରଚନାବଳୀ ଆମ ପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା