
ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ଜ୍ଞାନପୀଠ
ପୁରସ୍କାର ବିଜେତା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ସାହିତ୍ୟର
କିମ୍ବଦନ୍ତୀ ପୁରୁଷ, ଜ୍ଞାନପୀଠ
ପୁରସ୍କାର ବିଜେତା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଜୟନ୍ତୀରେ ମୋର କୋଟି କୋଟି ପ୍ରଣାମ।
ମାଟି ଓ ମଣିଷର ଅନ୍ତରଙ୍ଗ ସ୍ୱରକୁ ସାହିତ୍ୟରେ ରୂପାନ୍ତରିତ କରି ସେ ଆମ ସାରସ୍ୱତ ଭଣ୍ଡାରକୁ
ଯେଉଁଭଳି ରୁଦ୍ଧିମନ୍ତ କରିଛନ୍ତି, ତାହା ଚିରକାଳ ଅବିସ୍ମରଣୀୟ। ବିଶେଷକରି ଜନଜାତି ସଂସ୍କୃତି ଓ ଜୀବନଶୈଳୀକୁ ବିଶ୍ୱ ଦରବାରରେ
ପହଞ୍ଚାଇବାରେ ତାଙ୍କର ଦୂରଦୃଷ୍ଟି ସବୁବେଳେ ଆମ ପାଇଁ ଗର୍ବର ବିଷୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା