
ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ପବିତ୍ର 'ଚନ୍ଦନ ଯାତ୍ରା'ର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର 'ଚନ୍ଦନ ଯାତ୍ରା' ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଦିବ୍ୟ ଜଳକ୍ରୀଡ଼ା ଉତ୍ସବ ସମସ୍ତଙ୍କ ଜୀବନରେ ଆଧ୍ୟାତ୍ମିକ
ଶାନ୍ତି ଓ ସନ୍ତୋଷ ଭରିଦେଉ। କାଳିଆ ସାଆନ୍ତଙ୍କ ଅପାର କରୁଣାରୁ ଆମ ରାଜ୍ୟର ବିକାଶ ଧାରା
ତ୍ୱରାନ୍ୱିତ ହେଉ ଓ ଜଗତର କଲ୍ୟାଣ ହେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା