
ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ପବିତ୍ର ‘ଅକ୍ଷୟ
ତୃତୀୟା’ର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ
ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କୃଷିଭିତ୍ତିକ ଗଣପର୍ବ ପବିତ୍ର ‘ଅକ୍ଷୟ
ତୃତୀୟା’ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା।
କେନ୍ଦ୍ରମନ୍ତ୍ରୀ କହିଛନ୍ତି
ଯେ, ଆଜିର ଶୁଭ ଦିନରେ ଆମର ଚାଷୀ ଭାଇ ଓ ଭଉଣୀମାନେ ଉତ୍ତମ ଶସ୍ୟ ଅମଳର ଆଶା ନେଇ ‘ଅକ୍ଷିମୁଠି’
ଅନୁକୂଳ କରିବାର ପରମ୍ପରା ରହିଛି । ଚାଷୀମାନେ ହେଉଛନ୍ତି ଆମ ଅର୍ଥନୀତିର ମେରୁଦଣ୍ଡ ।
ମହାପ୍ରଭୁଙ୍କ ପାଖରେ ସମସ୍ତ
ଚାଷୀ ଭାଇ ଓ ଭଉଣୀମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ,
ସୁଖ-ସମୃଦ୍ଧି ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛନ୍ତି
କେନ୍ଦ୍ରମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା