ପଶ୍ଚିମବଙ୍ଗ ଗସ୍ତ ସମୟରେ ମମତା ସରକାରକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ପଶ୍ଚିମବଙ୍ଗ ଗସ୍ତ ସମୟରେ ମମତା ସରକାରକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ବଙ୍ଗଳାରେ ଦୁର୍ନୀତିଗ୍ରସ୍ତ ସରକାର ଯୋଗୁଁ ଚାକିରି ନାହିଁ, ମହିଳା ସୁରକ୍ଷା ବ
ପଶ୍ଚିମବଙ୍ଗ ଗସ୍ତ ସମୟରେ ମମତା     ସରକାରକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ପଶ୍ଚିମବଙ୍ଗ

ଗସ୍ତ ସମୟରେ ମମତା ସରକାରକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ବଙ୍ଗଳାରେ ଦୁର୍ନୀତିଗ୍ରସ୍ତ ସରକାର ଯୋଗୁଁ

ଚାକିରି ନାହିଁ, ମହିଳା ସୁରକ୍ଷା ବିପର୍ଯ୍ୟସ୍ତ ଏବଂ ଚାଷୀମାନେ ଅନେକ ଅସୁବିଧାର

ସମ୍ମୁଖୀନ ହେଉଛନ୍ତି । ମମତା ବାନାର୍ଜୀଙ୍କ ସରକାର ଅନୁପ୍ରବେଶକାରୀଙ୍କୁ ପ୍ରଶ୍ରୟ ଦେଇ

ଲୋକମାନଙ୍କର ଅଧିକାରକୁ ଛଡ଼ାଇ ନେବାକୁ ଚେଷ୍ଟା କରୁଛନ୍ତି, ଯାହାକୁ ସମଗ୍ର ପଶ୍ଚିମବଙ୍ଗ

ବିରୋଧ କରୁଛି । ବେଙ୍ଗଲର ଜନସାଧାରଣ ଏହି ଅନ୍ୟାୟର ଜବାବ ଭୋଟ୍ ମାଧ୍ୟମରେ ଦେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande