ଏକଲବ୍ୟ ପାଠଶାଳାର ପଞ୍ଚମ ବାର୍ଷିକ ଉତ୍ସବ ଉମଙ୍ଗ' : ସାଦ୍ୟାନ୍ତା ଶତପଥୀଙ୍କୁ ଏକଲବ୍ୟ ସମ୍ମାନ
ପୁରୀ, ୨୦ ଏପ୍ରିଲ୍ (ହି.ସ.)- ପୁରୀ ଜିଲ୍ଲା ସ୍ବେଚ୍ଛାସେବୀ ସଂଗଠନ ସାମୁଖ୍ୟ ଦ ବେଲ୍ ଦ୍ଵାରା ପରିଚାଳିତ ସହର ତଳି ଅଞ୍ଚଳ ଶିଶୁ ମାନଙ୍କ ସାମଗ୍ରିକ ବିକାଶ ପାଇଁ ସ୍ଥାପିତ ଏକଲବ୍ୟ ପାଠଶାଳାର ୫ମ ବାର୍ଷିକ ଉତ୍ସବ ଉମଙ୍ଗ ଅନୁଷ୍ଠିତ ହୋଇଯାଇଛି। ବଳିଆପଣ୍ଡାସ୍ଥିତ ଭାରତ ଯୋଗ କେନ୍ଦ୍ର ପରିସରରେ ଆୟୋଜିତ ଏ
ଏକ ଲବ୍ୟ ପାଠଶାଳାର ପଞ୍ଚମ ବାର୍ଷିକ ଉତ୍ସବ ଉମଙ୍ଗ'


ପୁରୀ, ୨୦ ଏପ୍ରିଲ୍ (ହି.ସ.)- ପୁରୀ ଜିଲ୍ଲା ସ୍ବେଚ୍ଛାସେବୀ ସଂଗଠନ ସାମୁଖ୍ୟ ଦ ବେଲ୍ ଦ୍ଵାରା ପରିଚାଳିତ ସହର ତଳି ଅଞ୍ଚଳ ଶିଶୁ ମାନଙ୍କ ସାମଗ୍ରିକ ବିକାଶ ପାଇଁ ସ୍ଥାପିତ ଏକଲବ୍ୟ ପାଠଶାଳାର ୫ମ ବାର୍ଷିକ ଉତ୍ସବ ଉମଙ୍ଗ ଅନୁଷ୍ଠିତ ହୋଇଯାଇଛି। ବଳିଆପଣ୍ଡାସ୍ଥିତ ଭାରତ ଯୋଗ କେନ୍ଦ୍ର ପରିସରରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଦ ବେଲ୍ ଅଧକ୍ଷ ସିଦ୍ଧାର୍ଥ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଭାରତ ଯୋଗ କେନ୍ଦ୍ର ସମ୍ପାଦକ ରମା ବଲ୍ଲଭ ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଡଃ. କଲ୍ୟାଣୀ ନନ୍ଦୀ, ସାମାଜିକ କର୍ମୀ ସରସ୍ୱତୀ ପାତ୍ର, ସବିତା ମିଶ୍ର, ଶ୍ରୀ ଜଗନ୍ନାଥଙ୍କ ବରିଷ୍ଠ ସେବକ ଗୌରୀ ଶଙ୍କର ସିଂହାରୀ, ଅଧିବକ୍ତା ପ୍ରଶନ୍ନ ଦାସ, ଯୁବ ସାମ୍ବାଦିକ ଚନ୍ଦ୍ର ଶେଖର ପାତ୍ର ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ପ୍ରୟାସକୁ ପ୍ରଶଂସା କରିଥିଲେ।

ଏହି ଅବସରରେ କୁନି ସାହିତ୍ୟିକ ସାଦ୍ୟାନ୍ତା ଶତପଥୀଙ୍କୁ ଏକଲବ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିଲୀ ସେଠି ଓ ପ୍ରତ୍ୟାଶା କାନୁନଗୋ ସଂଯୋଜନା କରିଥିଲେ। ଏକଲବ୍ୟ ପାଠଶାଳାର ମୁଖ୍ୟ ପରିଚାଳକ ଉମେଶ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପାଠଶାଳାର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଦ ବେଲ୍ ଓମେନ୍ସ କ୍ଲବ, ୟୁଥ୍ କ୍ଲବ ସଦସ୍ୟ ସଦସ୍ୟା ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande