ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପୁରୀ, ୨୦ ଏପ୍ରିଲ୍ (ହି.ସ.)- ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ନିମାପଡା ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୋଟ ୩୪ଟି ଅଭିଯୋଗ ମିଳିଥିଲା। ସେଥିରୁ ୩୧ଟି ବ୍ୟକ୍ତିଗତ, ୩ଟି ଗ୍ର
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ


ପୁରୀ, ୨୦ ଏପ୍ରିଲ୍ (ହି.ସ.)- ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ନିମାପଡା ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୋଟ ୩୪ଟି ଅଭିଯୋଗ ମିଳିଥିଲା। ସେଥିରୁ ୩୧ଟି ବ୍ୟକ୍ତିଗତ, ୩ଟି ଗ୍ରାମ ସମ୍ବନ୍ଧୀୟ ରହିଥିଲା। ତତକ୍ଷଣାତ ୨ଟି ଅଭିଯୋଗର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡିକର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା। ଏହି ଶୁଣାଣୀରେ ସିଡିଏମଓ ଡା. ଅକ୍ଷୟ କୁମାର ଶତପଥୀ, ଏସଡିପିଓ ଜନାର୍ଦ୍ଦନ ପାଢ଼ୀ, ନିମାପଡା ବିଡ଼ିଓ ଡଃ. ଅଭିଜିତ ଷଡ଼ଙ୍ଗୀ, ତହସିଲଦାର ଡଃ. ମନୋଜ କୁମାର ପ୍ରଧାନ ଅଭିଯୋଗ ଶୁଣାଣୀ ଅଧିକାରୀ ବିବେକାନନ୍ଦ ସାହୁ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

ଆସନ୍ତା ୨୭ ତାରିଖ ପୂର୍ବାହ୍ନ ୭ଟା ରୁ ୧୦ଟା ପର୍ଯ୍ୟନ୍ତ କଣାସ ବ୍ଲକ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande