
ଭୁବନେଶ୍ୱର, ୨୦ ଏପ୍ରିଲ (ହି.ସ.) - ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ପଶ୍ଚିମବଙ୍ଗର ଇନାୟତପୁର ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ମେଦିନୀପୁର ବିଧାନସଭା ପ୍ରାର୍ଥୀ ଶ୍ରୀ ଶଙ୍କର ଗୁଚ୍ଛାଏତଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି।
ଏକ୍ସରେ ପୋଷ୍ଟ କରି ସ୍ୱାସ୍ଥ୍ୟମନ୍ତ୍ରୀ ଲେଖିଛନ୍ତି ଇନାୟତପୁର ଠାରେ ଆୟୋଜିତ ହେଉଥିବା 'ବିଜୟ ସଂକଳ୍ପ ସମାବେଶ'ରେ ଯୋଗଦେଇ ମେଦିନୀପୁର ବିଧାନସଭା ପ୍ରାର୍ଥୀ ଶ୍ରୀ ଶଙ୍କର ଗୁଚ୍ଛାଏତଙ୍କ ସପକ୍ଷରେ ଆଶୀର୍ବାଦ ଭିକ୍ଷା କଲି। ବହୁ ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଏକ ପରିବର୍ତନ ପାଇଁ ଆହ୍ୱାନ ଦେଇଛନ୍ତି। ଅନ୍ୟାୟ, ଅତ୍ୟାଚାର ଏବଂ ଦୁର୍ନୀତିକୁ ବିନାଶ କରି ଭାରତୀୟ ଜନତା ପାର୍ଟିର ବିକାଶକୁ ସମର୍ଥନ ଦେବା ପାଇଁ ସଂକଳ୍ପ ନେଇଛନ୍ତି। ଏହି ନାରା, ଆହ୍ୱାନ ଏବଂ ପରିବର୍ତନର ସ୍ୱର ନିଶ୍ଚିତ ଭାବେ ଏକ ସମୃଦ୍ଧ ପଶ୍ଚିମବଙ୍ଗ ଗଠନ କରିବ ଏବଂ ଏକ ଅହଙ୍କାରୀ ଶାସନର ଅନ୍ତ ଘଟି ବିକାଶର ପଦ୍ମ ଫୁଟିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା