
ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)-
ପବିତ୍ର ଅକ୍ଷୟ
ତୃତୀୟାର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ
ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଅଖି ମୁଠି ଅନୁକୂଳରୁ ଆରମ୍ଭ କରି ରଥ ନିର୍ମାଣ
କାର୍ଯ୍ୟର ଅନୁକୂଳ, ପ୍ରତି
ଶୁଭ କାର୍ଯ୍ୟର ଶୁଭାରମ୍ଭ ପାଇଁ ଶ୍ରେଷ୍ଠ ଦିନ ଅକ୍ଷୟ ତୃତୀୟା । ଆପଣମାନଙ୍କୁ ପବିତ୍ର ଅକ୍ଷୟ
ତୃତୀୟାର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
ପ୍ରଭାତି ପରିଡା କହିଛନ୍ତି
ଯେ, ଓଡ଼ିଆ ଅସ୍ମିତାର ମହାନ ପର୍ବ ଅକ୍ଷୟ ତୃତୀୟା ସମସ୍ତ ଶୁଭକାର୍ଯ୍ୟର ଶୁଭାରମ୍ଭ ପାଇଁ
ଶ୍ରେଷ୍ଠ ଦିନ । ଆଜି ଏହି ପବିତ୍ର ଦିନ ଅବସରରେ ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ଗଡ଼ଝିଙ୍କିରିଆ
ସ୍ଥିତ ଓଲାନ୍ସ ଫାର୍ମଠାରେ ପରମ୍ପରା ଅନୁଯାୟୀ ଅଖି ମୁଠି ଅନୁକୂଳ କରିବାର ସୌଭାଗ୍ୟ ମିଳିଲା ।
ଆଗାମୀ କୃଷି ଋତୁରେ ଓଡ଼ିଶାର ଚାଷୀ ଭାଇ ଓ ଭଉଣୀମାନଙ୍କ ସମୃଦ୍ଧ ଫସଲ ଅମଳ ସହ ଓଡ଼ିଶାବାସୀଙ୍କ
ସୁଖମୟ ଓ ସମୃଦ୍ଧ ଜୀବନ ପାଇଁ ପ୍ରାର୍ଥନା କଲି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା