ଅଂଶୁଘାତ ସଚେତନତା ଓ ଜଳଦାନ ଶିବିର
ପୁରୀ, ୨୦ ଏପ୍ରିଲ୍ (ହି.ସ.)- ବଢିଲାଣି ତାତି। ଆଗକୁ ଖରା ଆହୁରି ବଢିବ। ଏହାକୁ ନଜରରେ ରଖି ଦ ବେଲ୍ ଓମେନ୍ସ କ୍ଲବ ଓ ଶ୍ରୀକ୍ଷେତ୍ର ଓପନ ୟୁନିଟ୍ ମିଳିତ ଆନୁକୂଲ୍ୟରେ ସୋମବାର ଜେଲ୍ ରୋଡସ୍ଥିତ ପୁରୁଷୋତ୍ତମ ଭକ୍ତ ନିବାସ ନିକଟରେ ଅଂଶୁଘାତ ସଚେତନତା ଓ ଜଳଦାନ ଶିବିର ଶୁଭାରମ୍ଭ ହୋଇଛି। ଏହାକୁ ବରିଷ୍ଠ ସ
ଅଂଶୁଘାତ ସଚେତନତା ଓ ଜଳଦାନ ଶିବିର


ପୁରୀ, ୨୦ ଏପ୍ରିଲ୍ (ହି.ସ.)- ବଢିଲାଣି ତାତି। ଆଗକୁ ଖରା ଆହୁରି ବଢିବ। ଏହାକୁ ନଜରରେ ରଖି ଦ ବେଲ୍ ଓମେନ୍ସ କ୍ଲବ ଓ ଶ୍ରୀକ୍ଷେତ୍ର ଓପନ ୟୁନିଟ୍ ମିଳିତ ଆନୁକୂଲ୍ୟରେ ସୋମବାର ଜେଲ୍ ରୋଡସ୍ଥିତ ପୁରୁଷୋତ୍ତମ ଭକ୍ତ ନିବାସ ନିକଟରେ ଅଂଶୁଘାତ ସଚେତନତା ଓ ଜଳଦାନ ଶିବିର ଶୁଭାରମ୍ଭ ହୋଇଛି। ଏହାକୁ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ନାୟକ ଉଦ୍ଘାଟନ କରିଥିଲେ। ଏହି ଅବସରରେ ପଥଚାରୀଙ୍କୁ ଅଂଶୁଘାତ ସଚେତନତା ଲିଫ୍ଲେଟ ବଣ୍ଟନ କରାଯିବା ସହ ତୃଷାର୍ତ୍ତଙ୍କୁ ଦହି ସର୍ବତ, ମହାପ୍ରସାଦ ତୋରାଣୀ ବଣ୍ଟନ କରାଯାଇଥିଲା। ଏହି ଶିବିର ଶୁଭାରମ୍ଭ ସମୟରେ ଦ ବେଲ୍ ଓମେନ୍ସ କ୍ଲବ ସଂଯୋଜିକା ସବିତା ହରିଚନ୍ଦନ, ସହ ସଂଯୋଜିକା ସିଲି ସେଠୀ, ସଦସ୍ୟା ବନିତା ଦୀକ୍ଷିତ, ରାଜଲକ୍ଷ୍ମୀ ଦାସ, ଅଞ୍ଜଳି କାନୁନଗୋ, ମିନତୀ ନାୟକ, ଶ୍ରୀକ୍ଷେତ୍ର ଓପନ ୟୁନିଟ୍ ରୋଭର ଲିଡର ରାଜେନ୍ଦ୍ର କୁମାର ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

ଦ ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କହିଛନ୍ତି, ସହରର ବିଭିନ୍ନ ସ୍ଥାନରେ ଏଭଳି ଶିବିର ଆୟୋଜନ ସହ ପଥଚାରୀଙ୍କୁ ଅଂଶୁଘାତ ସଚେତନତା ଲିଫ୍ଲେଟ ବଣ୍ଟନ କରାଯିବ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande