ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ନିର୍ଦ୍ଦେଶ
ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ଭୋଟର ତାଲିକାରୁ ୯.୮ ଲକ୍ଷ ନାଁ କଟିବା ପରେ ଗୃହ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଅନେକ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାଁ କଟାଯାଇଥିବା ଅଭିଯୋଗ ପରେ ନିର୍ଦ୍ଦେଶ ଦିଆଯାଇଛି । ମୃତ ଭୋଟରଙ୍କ ନାଁ ପୂର୍ଣ୍ଣ ଯାଞ୍ଚ ପରେ
ବାଦ ପଡିଥିବା ଭୋଟରଙ୍କ     ଯାଞ୍ଚ ନିର୍ଦ୍ଦେଶ


ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ଭୋଟର ତାଲିକାରୁ

୯.୮ ଲକ୍ଷ ନାଁ କଟିବା ପରେ ଗୃହ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଅନେକ ଜୀବିତ ଓ

ସ୍ଥାନୀୟ ଭୋଟରଙ୍କ ନାଁ କଟାଯାଇଥିବା ଅଭିଯୋଗ ପରେ ନିର୍ଦ୍ଦେଶ ଦିଆଯାଇଛି । ମୃତ ଭୋଟରଙ୍କ ନାଁ

ପୂର୍ଣ୍ଣ ଯାଞ୍ଚ ପରେ ହିଁ କାଟିବାକୁ ଇଆରଓଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ ।

ଏନେଇ ପରିବାର କିମ୍ବା ନିକଟ

ସଂପର୍କୀୟଙ୍କୁ ଫର୍ମ ୭ ଦାଖଲ କରିବାକୁ ହେବ । ସନ୍ଦେହଜନକ, ନକଲି କିମ୍ବା ତଥ୍ୟରେ

ତ୍ରୁଟି ଥିଲେ ନୋଟିସ୍ କରି ଯାଞ୍ଚ କରନ୍ତୁ । ଫର୍ମ-୭ ଆବେଦନର ୫୦ ପ୍ରତିଶତ ମାମାଲାରେ ଫିଜିକାଲ

ଭେରିଫିକେସନ ବାଧ୍ୟ କରାଯାଇଛି । ବିଏଲଓମାନେ ତୃଣମୂଳ ସ୍ତରରେ ଯାଞ୍ଚ କରି ନଥିବା ଅଭିଯୋଗ ପରେ ତତ୍ପରତା

ଦେଖାଇଛି ବିଭାଗ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande