ଭୁଲ୍ରେ ଭୋଟର ତାଲିକାରୁ ନାଁ କଟିଥିଲେ ଯୋଡ଼ାଯିବ- ସିଇଓ
ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ଭୁଲ୍ରେ ଭୋଟର ତାଲିକାରୁ ନାଁ କଟିଥିଲେ ଯୋଡ଼ାଯିବ ବୋଲି ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ସନ୍ଥଗୋପାଳନ । ସେ କହିଛନ୍ତି ଯେ, ଗୃହ ବିଭାଗର ଚିଠି ଏକ ନିୟମିତ ପ୍ରକ୍ରିୟା, କେବଳ ଯାଞ୍ଚ ପାଇଁ କୁହାଯ
ଭୁଲ୍ରେ ଭୋଟର ତାଲିକାରୁ     ନାଁ କଟିଥିଲେ ଯୋଡ଼ାଯିବ- ସିଇଓ


ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ଭୁଲ୍ରେ ଭୋଟର

ତାଲିକାରୁ ନାଁ କଟିଥିଲେ ଯୋଡ଼ାଯିବ ବୋଲି ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ

ଅଧିକାରୀ ଆର୍. ସନ୍ଥଗୋପାଳନ । ସେ କହିଛନ୍ତି ଯେ, ଗୃହ ବିଭାଗର ଚିଠି ଏକ ନିୟମିତ ପ୍ରକ୍ରିୟା, କେବଳ

ଯାଞ୍ଚ ପାଇଁ କୁହାଯାଇଛି । ସାଧାରଣତଃ ଓଡ଼ିଶାରେ ୭ରୁ ୯ ଲକ୍ଷ ଭୋଟରଙ୍କ ନାଁ କଟିଥାଏ । ଏଥର

ଟିକେ ଅଧିକ କଟିଛି, ତେଣୁ ଯାଞ୍ଚ ପାଇଁ କୁହାଯାଇଛି । ଯଦି ଭୁଲ୍ରେ ନାଁ କଟିଥିବ, ପୁଣି

ତାଲିକାରେ ଯୋଡ଼ାଯିବ । ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବହୁ କମ୍ କଟିଛି ବୋଲି ସେ

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande