ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବଲାଙ୍ଗିର ଜିଲାର ୩୯ ଯୋଡି ଯୁବତୀ-ଯୁବକଙ୍କ ସାମୂହିକ ବିବାହ ସମ୍ପନ୍ନ
ବଲାଙ୍ଗିର, ୨୧ ଏପ୍ରିଲ୍ (ହି.ସ.)- ବଲାଙ୍ଗୀର କୋଶଳ କଳା ମଣ୍ଡଳ ପଡ଼ିଆରେ ଆଜି ଏକ ସାମୂହିକ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଓଡ଼ଶା ସରକାର ଓ ଜିଲ୍ଲା ପ୍ରଶାସନ ସହାୟତାରେ ଜିଲାର ୩୯ ଯୋଡି ଯୁବତୀ-ଯୁବକଙ୍କ ସାମୂହିକ ବିବାହ ସମ୍ପନ୍ନ ହୋଇଛି। ଏହି କାର୍ଯ
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବଲାଙ୍ଗିର ଜିଲାର ୩୯ ଯୋଡି ଯୁବତୀ-ଯୁବକଙ୍କ ସାମୂହିକ ବିବାହ ସମ୍ପନ୍ନ

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବଲାଙ୍ଗିର ଜିଲାର ୩୯ ଯୋଡି ଯୁବତୀ-ଯୁବକଙ୍କ ସାମୂହିକ ବିବାହ ସମ୍ପନ୍ନ

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବଲାଙ୍ଗିର ଜିଲାର ୩୯ ଯୋଡି ଯୁବତୀ-ଯୁବକଙ୍କ ସାମୂହିକ ବିବାହ ସମ୍ପନ୍ନ

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବଲାଙ୍ଗିର ଜିଲାର ୩୯ ଯୋଡି ଯୁବତୀ-ଯୁବକଙ୍କ ସାମୂହିକ ବିବାହ ସମ୍ପନ୍ନ

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବଲାଙ୍ଗିର ଜିଲାର ୩୯ ଯୋଡି ଯୁବତୀ-ଯୁବକଙ୍କ ସାମୂହିକ ବିବାହ ସମ୍ପନ୍ନ

ବଲାଙ୍ଗିର, ୨୧ ଏପ୍ରିଲ୍ (ହି.ସ.)- ବଲାଙ୍ଗୀର କୋଶଳ କଳା ମଣ୍ଡଳ ପଡ଼ିଆରେ ଆଜି ଏକ ସାମୂହିକ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଓଡ଼ଶା ସରକାର ଓ ଜିଲ୍ଲା ପ୍ରଶାସନ ସହାୟତାରେ ଜିଲାର ୩୯ ଯୋଡି ଯୁବତୀ-ଯୁବକଙ୍କ ସାମୂହିକ ବିବାହ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ଜିଲାପାଳ ଗୌରବ ଶିବାଜୀ ଇସଲଓ୍ବାର, ଅତିରିକ୍ତ ଜିଲାପାଳ ଡଃ. ବିଜୟାନନ୍ଦ ସେଠୀ, ଉପମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ଗୋପାଲଜୀ ପାଣିଗ୍ରାହୀ, ସ୍ବାସ୍ଥ୍ୟମନ୍ତ୍ରୀ ସୁରେଶ ମହାଲିଙ୍ଗ ପ୍ରତିନିଧି, ଲୋକ ସଭା ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା, ଜିଲାସ୍ତରୀୟ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଵିଭାଗ ୧୪ ଗୋଟି ବ୍ଲକ କର୍ମଚାରି, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧି ଯୋଗଦାନ କରିଥିଲେ। ପଣ୍ଡିତ ମାନଙ୍କ ପାରମ୍ପରିକ ମନ୍ତ୍ର ପାଠ ଓ ରୀତିନୀତିରେ ବିବାହ କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ ହୋଇଥିଲା। ବିବାହ ଉତ୍ସବରେ ବର କନ୍ୟାଙ୍କ ପରିବାର ବନ୍ଧୁବର୍ଗ ତଥା ଅତିଥିମାନେ ନବଦମ୍ପତି ଯୋଡିକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ମଙ୍ଗଳ କାମନା କରି ଉପହାର ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande