ଏବିଏସ୍ଏସ୍ ପକ୍ଷରୁ ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ
ବଲାଙ୍ଗିର, ୨୧ ଏପ୍ରିଲ୍ (ହି.ସ.)- ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଦେବ ଦମ୍ପତ୍ତିଙ୍କ ଶୁଭ ବିବାହ ଶୀତଳ ଷଷ୍ଠି ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଯେଉଁଥିରେ ଗତକାଲି ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠା ନୀତି ସମ୍ପର୍ଣ୍ଣ ହୋଇଛି । ବଲାଙ୍ଗିର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଏବିଏସ୍ଏ
ଏବିଏସ୍ଏସ୍  ପକ୍ଷରୁ ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ


ଏବିଏସ୍ଏସ୍  ପକ୍ଷରୁ ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ


ବଲାଙ୍ଗିର, ୨୧ ଏପ୍ରିଲ୍ (ହି.ସ.)- ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଦେବ ଦମ୍ପତ୍ତିଙ୍କ ଶୁଭ ବିବାହ ଶୀତଳ ଷଷ୍ଠି ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଯେଉଁଥିରେ ଗତକାଲି ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠା ନୀତି ସମ୍ପର୍ଣ୍ଣ ହୋଇଛି । ବଲାଙ୍ଗିର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଏବିଏସ୍ଏସ୍ ଶୀତଳ ଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ୩୮ ତମ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁଥିରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଦେବ ଦମ୍ପତ୍ତିଙ୍କ କଳ୍ପିତ ମାତା ପିତା ସ୍ଥିରକୃତ ହୋଇଛି । ଏଥିରେ ବଲାଙ୍ଗିର ଟିକ୍ରାପଡା ନିବାସୀ ରାଜ କୁମାର ଖଟୁଆ ତାଙ୍କ ସ୍ତ୍ରୀ ନମିତା ଖଟୁଆ ଦେବ ଦେବ ମହାଦେବଙ୍କ ମାତା ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେହିପରି କନ୍ୟା ପକ୍ଷ ମାତା ପାର୍ବତୀଙ୍କ ମାତା ପିତା ଭାବରେ ବଲାଙ୍ଗିର ତେଲିଗୋଟ ପଡା ନିବାସୀ ଜୟପ୍ରକାଶ ନାରାୟଣ ପୁରୋହିତ ଓ ତାଙ୍କ ସହ ଧର୍ମିଣୀ ରୁନୁ ପୁରୋହିତ ସୌଭାଗ୍ୟ ଅର୍ଜନ କରିଛନ୍ତି । ସ୍ଥାନୀୟ ଏବିଏସ୍ଏସ୍ କ୍ଲବରେ ସାମୁହିକ ଭାବରେ ନୀତିକାନ୍ତ ସହିତ ତିଥି ଧାର୍ଯ୍ୟ ହୋଇଥିଲା । ଶ୍ରୀ ଶ୍ରୀ ସିଦ୍ଧେଶ୍ୱରୀ ବାବା ନୃସିଂହ ମନ୍ଦିରରେ ପୂଜାର୍ଚ୍ଚନା ସହିତ ଥାଳ ଉଠା ନୀତି ସମ୍ପନ୍ନ ହୋଇଛି । ଯେଉଁଥିରେ ଏବିଏସ୍ଏସ୍ କ୍ଲବର ସଭାପତି ସମୀର ସାହାଣୀ, ଉପସଭାପତି ଅନାଦି ପଟ୍ଟନାୟକ, ସମ୍ପାଦକ ବଣ୍ଟି ମିଶ୍ର, ସହ ସଂପାଦକ ବିଭୁ ପ୍ରସାଦ ଷଡଙ୍ଗୀ, କୋଷାଧ୍ୟକ୍ଷ ମାନସ ବହିଦାର, ସଦସ୍ୟବୃନ୍ଦ ଶୁଭମ ସାହୁ, ନୀରଜ ବକ୍ସି, ନିଖିଳ ବହିଦାର, ପିକୁନ ବରାଇ, ଆତିଶ ସରାଫ, ପିଣ୍ଟୁ ସାହୁ, ଗୋପାଳ ବରାଇ, କୁନୁ ରାଉତ, ପେଟୁ ସାହାଣୀ, ବିକ୍ରାନ୍ତ ଚୋପଦାର, ସୁଧୀର ସାହୁ, ବେଲାର ସାହୁ, ବଳରାମ ରାଉତ, ଘୁଣ୍ଡୁ ବରାଇ, ସୁନିଲ ମିସ୍ତ୍ରୀ, ସଂଗ୍ରାମ ନାୟକ, ଶିବାନନ୍ଦ ସାହାଣୀ, ପିଙ୍କୁ, ଗୋପାଳ ସାମଲ, ସୋନୁ, ପିଣ୍ଟୁ ପ୍ରମୁଖଙ୍କ ସହ ଓ କର୍ତ୍ତା ସହିତ ପଡାବାସୀ ଓ ସହର ବାସୀ ଏକାଠି ହୋଇଥିଲେ ।

ଏଥର ଯାତ୍ରା ପରିଚାଳନା ଦାୟିତ୍ୱ ପ୍ରହଲ୍ଲାଦ ଦର୍ଜୀ ତୁଳାଇବେ । ସେହିପରି ଯାତ୍ରା ଯେମିତି ମହାଆଡମ୍ବର ଓ ଜାକ ଜମକରେ ହେବ ତା ପାଇଁ ସମସ୍ତେ ପଦକ୍ଷେପ ନେବୁ ସ୍ଥିର ହୋଇଛି । ଚଳିତ ବର୍ଷ ଅକ୍ଷୟ ତୃତୀୟା ରେ ଶୀତଳଷଷ୍ଠୀ ଯାତ୍ର ପାଇଁ ଥାଳ ଉଠା ନୀତି ସମ୍ପନ୍ନ ହୋଇଛି । ସେହିପରି ଆସନ୍ତା ଜୁନ ୧୮ ତାରିଖରେ ଦେବ ଦମ୍ପତ୍ତିଙ୍କ ଶୁଭ ବିବାହ ଅନୁଷ୍ଠିତ ହେବ । ୨୦ ତାରିଖ ସକାଳୁ ଦେବ ଦମ୍ପତ୍ତି ଘର ବାହୁଡା ଯାତ୍ରା ଓ ଯୁଗଳ ମୁର୍ତ୍ତି ଦର୍ଶନ ଆୟୋଜନ ହେବ । ଏଥି ପାଇଁ ସହରରେ ନୀତି ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande