ପିକଅପ ଭ୍ୟାନ - ବାଇକ ଧକ୍କା : ୨ ମୃତ
ଜୟପୁର, ୨୧ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା l ରାମଗିରି ଫାଣ୍ଡି ଅନ୍ତର୍ଗତ କାଲିଆଝଲି ଛକରେ ପିକଅପ ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମଝାଗୁଡା ଗାଁର ରବିନନ୍ଦ ମସ୍ତି, ଓ କାନ୍ଦିଲିବେଡା
କାଲିଆଝଲି ଛକରେ ପିକଅପ ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା,  ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ


ଜୟପୁର, ୨୧ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା l ରାମଗିରି ଫାଣ୍ଡି ଅନ୍ତର୍ଗତ କାଲିଆଝଲି ଛକରେ ପିକଅପ ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମଝାଗୁଡା ଗାଁର ରବିନନ୍ଦ ମସ୍ତି, ଓ କାନ୍ଦିଲିବେଡା ଗାଁ ର ମହେଶ୍ୱର ପେଂଦାପଡିଆ l

ଆଜି ସକାଳେ ରାମଗିରି ଠାରୁ ଦଣ୍ଡାବାଡ଼ି ଅଭିମୁଖେ ଏକ ପିକଅପ ଭ୍ୟାନ ଯାଉଥିଲା l ଏହି ସମୟରେ ଦଣ୍ଡାବାଡ଼ି ପଟୁ ରାମଗିରିକୁ ଗୋଟିଏ ବାଇକରେ ୨ ଜଣ ଯୁବକ ଆସୁଥିଲେ l ହେଲେ ମଝାଗୁଡା ଛକରେ ବାଇକ ସହ ପିକଅପ ଭ୍ୟାନ ଧକ୍କା ଫଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି l ବୈପାରୀଗୁଡା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande