
ନୂଆପଡ଼ା, ୨୧ ଏପ୍ରିଲ (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସିନାପାଲି ବ୍ଲକ୍ ସ୍ଥିତ ଝାରବନ୍ଧ ପଞ୍ଚାୟତ ଅନ୍ତର୍ଗତ ଦେବିଚରନ୍ ହାଇସ୍କୁଲରେ ନାଲ୍ସା (ପାଠ୍ୟକ୍ରମ ଛାଡିଥିବା ଓ ଅସୁବିଧାରେ ଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଆର୍ଥିକ ସହାୟତା), ଯୋଜନା, ୨୦୨୫ ସମ୍ବନ୍ଧୀୟ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ସିନାପାଲି ଗୋଷ୍ଠି ଶିକ୍ଷା ଅଧିକାରୀ ଜିତେନ୍ଦ୍ର କୁମାର ସେଠ, ସିଡ଼ିପିଓ ଉର୍ମିଳା ମହାପାତ୍ର, ଝାରବନ୍ଧ ପଞ୍ଚାୟତର ସରପଞ୍ଚ ବେଣୁଧର ହରିଜନ, ପି ଇ ଓ ରୋହିତେଶ୍ୱର୍ ନାୟକ, ସିନାପାଲି ଅଧିବକ୍ତା ସଂଘର ଅଧିବକ୍ତାଗଣ ବାଣୀ ବଲ୍ଲଭ ପାଣିଗ୍ରାହୀ, ବିଜୟାନନ୍ଦ ବେହେରା, ଜଗବନ୍ଧୁ ମେହେର, ଗୁଣସାଗର ମେହେର, ବିଦ୍ୟାଳୟର ଶିକ୍ଷକଗଣ ଓ ସିନାପାଲି ତାଲୁକ ଆଇନ ସେବା ସମିତି ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ନାଲସା (ପାଠ୍ୟକ୍ରମ ଛାଡିଥିବା ଓ ଅସୁବିଧାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ସହାୟତା) ଯୋଜନା, ୨୦୨୫ ବିଷୟରେ ବିସ୍ତୃତ ଧାରଣା ଦେଇଥିଲେ ଓ ଶିଶୁଙ୍କୁ ପୁଣିଥରେ ବିଦ୍ୟାଳୟରେ ପ୍ରବେଶ ପାଇଁ ମିଳୁଥବା ଆଇନ ସହାୟତା ବିଷୟରେ ଆଲୋକପାତ କରିଥିଲେ ।
ସେହିପରି ସିନାପାଲି ଗୋଷ୍ଠି ଶିକ୍ଷା ଅଧିକାରୀ ଜିତେନ୍ଦ୍ର କୁମାର ସେଠ ଅଧାରୁ ପାଠ୍ୟକ୍ରମ ଛାଡୁଥିବା ଓ ଅସୁବିଧାରେ ଥିବା ଛାତ୍ର ଛାତ୍ରୀଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ତଥା ମିଳୁଥିବା ଆର୍ଥିକ ସହାୟତା ବିଷୟରେ ଆଲୋକପାତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ