ବାଲଣାରେ ବ୍ଲକ ସ୍ତରୀୟ ଅଖିମୁଠି ଅନୁକୂଳ
କେନ୍ଦ୍ରାପଡ଼ା, ୨୧ ଏପ୍ରିଲ୍(ହି.ସ.) – ମାର୍ଶାଘାଇ ବ୍ଲକ ଦଶିପୁର ପସଙ୍ଖାୟତ ଆଦମପୁର ବାଲଣା ଗ୍ରାମରେ ଅକ୍ଷୟତୃତୀୟା ଅବସର୍ରର ସୋମବାର ବ୍ଲକସ୍ତରୀୟ ଅଖିମୁଠି ଅନୁକୂଳ କାର୍ୟ୍ୟକ୍ରମ କରାଯାଇଛି। କୃଷି ବିଭାଗ ପକ୍ଷରୁ ବ୍ଲକସ୍ତରରେ ସରକାରୀ ଅଖିମୁଠି ଅନୁକୂଳ ଉତ୍ସବ କରା ନ ଯାଇ କେନ୍ଦ୍ରାପଡ଼ା କୃଷି ବିଜ୍
---------------ବାଲଣାରେ ବ୍ଲକ ସ୍ତରୀୟ ଅଖିମୁଠି ଅନୁକୂଳ


କେନ୍ଦ୍ରାପଡ଼ା, ୨୧ ଏପ୍ରିଲ୍(ହି.ସ.) – ମାର୍ଶାଘାଇ ବ୍ଲକ ଦଶିପୁର ପସଙ୍ଖାୟତ ଆଦମପୁର ବାଲଣା ଗ୍ରାମରେ ଅକ୍ଷୟତୃତୀୟା ଅବସର୍ରର ସୋମବାର ବ୍ଲକସ୍ତରୀୟ ଅଖିମୁଠି ଅନୁକୂଳ କାର୍ୟ୍ୟକ୍ରମ କରାଯାଇଛି। କୃଷି ବିଭାଗ ପକ୍ଷରୁ ବ୍ଲକସ୍ତରରେ ସରକାରୀ ଅଖିମୁଠି ଅନୁକୂଳ ଉତ୍ସବ କରା ନ ଯାଇ କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲାସ୍ତରୀୟ କାର୍ୟ୍ୟକ୍ରମରେ ଅଧିକାରୀମାନେ ସାମିଲ ହୋଇଥିଲେ। ମାର୍ଶାଘାଇ ବ୍ଲକର ଆଦମପୁର ବାଲଣା ଚାଷୀମାନଙ୍କ ଦ୍ୱାରା ବାଲଣା ଗ୍ରାମରେ ବ୍ଲକସ୍ତରୀୟ ଅଖି ମୁଠି ଅନୁକୂଳ ଉତ୍ସବ ଆୟୋଜିତ ହୋଇଥିଲା। ମାର୍ଶାଘାଇ ମଣ୍ଡଳ ବିଜେପି ସଭାପତି ତଥା ଚାଷୀ ରଶ୍ମିରଂଜନ ରାଉତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାର୍ଶାଘାଇ ବ୍ଲକ ଆତ୍ମା ଗୋଷ୍ଠୀ ବୈଷୟିକ ପରିଚାଳିକା ସ୍ମୃତିରେଖା ଶତପଥୀ, କୃଷି ଅବଜର୍ଭର ରଞ୍ଜନ କୁମାର ଦାସ,ଗ୍ରାମ୍ୟ କୃଷି କର୍ମଚାରୀ ଅନୁପମା ପାତ୍ର ପ୍ରମୁଖ ଉପସ୍ଥିତଥିଲେ। ମାର୍ଶାଘାଇ ମଣ୍ଡଳ ବିଜେପି ସଭାପତି ରଶ୍ମିରଂଜନ ରାଉତରାୟ ଅତିଥି ଭାବେ ଯୋଗଦେଇ ଚାଷଜମି ନିକଟରେ ପୂଜାର୍ଚ୍ଚନା କରିବା ପରେ ପାୱାରଟ୍ରିଲର ଚଳାଇ ଚାଷଜମିକୁ ସମତୁଲ କରି ଅଖି ମୁଠି ଅନୁକୂଳ ପୂର୍ବକ ବିହନ ସିଂଚନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande