
ହରିଦ୍ୱାର, ୨୧
ଏପ୍ରିଲ (ହି.ସ.)। ବରିଷ୍ଠ ଲେଖକ, ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ପୂର୍ବ
ରାଜ୍ୟସଭା ସାଂସଦ ବଳବୀର ପୁଞ୍ଜଙ୍କ ଅସ୍ଥିକୁ ମଙ୍ଗଳବାର ହରିଦ୍ୱାରରେ ଶାସ୍ତ୍ରୋକ୍ତ ରୀତିନୀତି
ଅନୁସାରେ ଗଙ୍ଗା ନଦୀରେ ବିସର୍ଜନ କରାଯାଇଛି। କନଖଳ ସ୍ଥିତ ସତୀ ଘାଟରେ ଅସ୍ଥି ବିସର୍ଜନ ସମୟରେ
ପରିବାର ଲୋକଙ୍କ ସହିତ ବିଜେପିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ସତୀ ଘାଟରେ ଅସ୍ଥି କଳଶ ନେଇ
ପହଞ୍ଚିଥିବା ପରିବାର ସଦସ୍ୟମାନେ ସମସ୍ତ ଧାର୍ମିକ ରୀତିନୀତି ଅନୁସାରେ ଗଙ୍ଗାରେ ଅସ୍ଥିଗୁଡ଼ିକୁ
ବିସର୍ଜନ କରି, ତାଙ୍କ ଆତ୍ମାର ଶାନ୍ତି ଏବଂ ମୋକ୍ଷ ପାଇଁ ପ୍ରାର୍ଥନା କରିଥିଲେ।
ଶ୍ରଦ୍ଧାଞ୍ଜଳି ଜଣାଇ ସାଂସଦ
ତ୍ରିବେନ୍ଦ୍ର ସିଂହ ରାୱତ କହିଛନ୍ତି ଯେ ବଳବୀର ପୁଞ୍ଜ ଜଣେ ରାଷ୍ଟ୍ରବାଦୀ ଚିନ୍ତକ, ପ୍ରଖର
ଲେଖକ ଏବଂ ଅନୁଭବୀ ରାଜନେତା ଥିଲେ। ତାଙ୍କ ଭାବନା ଓ ଲେଖନୀ ଦ୍ୱାରା ଦଳ ଓ ସମାଜକୁ ସଦା
ପଥପ୍ରଦର୍ଶନ ମିଳୁଥିଲା।
କ୍ୟାବିନେଟ୍ ମନ୍ତ୍ରୀ ମଦନ
କୌଶିକ କହିଛନ୍ତି ଯେ ସେ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଲକ୍ଷଣୀୟ ଅବଦାନ ରଖିଥିଲେ, ଯାହାକୁ
ସର୍ବଦା ସ୍ମରଣ କରାଯିବ।
ପୂର୍ବ ରାଜ୍ୟସଭା ସାଂସଦ
ବଳବୀର ପୁଞ୍ଜଙ୍କ ଗତ ଶନିବାର ୭୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା