ବଲାଙ୍ଗୀର ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ ଓ ସହରୀ ଉନ୍ନତି ସମ୍ବନ୍ଧୀୟ ଅନେକ ଜରୁରୀ ପ୍ରସଙ୍ଗ ଉପରେ ଦାବି ରଖିଲେ ବିଧାୟକ କଳିକେଶ
ବଲାଙ୍ଗୀର, ୨୧ ଏପ୍ରିଲ୍(ହି.ସ.) – ଆସନ୍ତା ୨୪ ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗୀର ଗସ୍ତକୁ ନଜରରେ ରଖି ବଲାଙ୍ଗୀର ବିଜୁ ଜନତା ଦଳ ଓ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପକ୍ଷରୁ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଧାୟକ ଏକ
ବଲାଙ୍ଗିର ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ ଓ ସହରୀ ଉନ୍ନତି ସମ୍ବନ୍ଧୀୟ ଅନେକ ଜରୁରୀ ପ୍ରସଙ୍ଗ ଉପରେ ଦାବି ରଖିଲେ ବିଧାୟକ କଳିକେଶ


ବଲାଙ୍ଗୀର, ୨୧ ଏପ୍ରିଲ୍(ହି.ସ.) – ଆସନ୍ତା ୨୪ ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗୀର ଗସ୍ତକୁ ନଜରରେ ରଖି ବଲାଙ୍ଗୀର ବିଜୁ ଜନତା ଦଳ ଓ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପକ୍ଷରୁ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଧାୟକ ଏକ ବିସ୍ତୃତ ଦାବୀପତ୍ର ପ୍ରଦାନ କରିଥିବାବେଳେ ବିଜେଡି ତରଫରୁ ମଧ୍ୟ ଆଜି ସାମ୍ବାଦିକ ଭବନରେ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଭିନ୍ନ ଉନ୍ନୟନ ମୂଳକ ଦାବୀ ରଖାଯାଇଛି।

ଏହି ଦାବୀପତ୍ରରେ ବଲାଙ୍ଗୀର ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ ଓ ସହରୀ ଉନ୍ନତି ସମ୍ବନ୍ଧୀୟ ଅନେକ ଜରୁରୀ ପ୍ରସଙ୍ଗ ଉଠାଯାଇଛି। ପ୍ରମୁଖ ଦାବୀମାନଙ୍କ ମଧ୍ୟରେ ଦେଓଗାଁ ଚିନି କଳର ପୁନରୁଦ୍ଧାର ଯାହାଦ୍ୱାରା ଜିଲ୍ଲାର କୃଷିକ୍ଷେତ୍ରରେ କୃଷକମାନଙ୍କ ଆର୍ôଥକ ସ୍ଥିତି ସଦୃଢ ହେବ, କେନ୍ଦ୍ରୀୟ ପାଠାଗାର ନିର୍ମାଣ, ଦେଓଗାଁ ଓ ବଲାଙ୍ଗୀର ଉଭୟ ବ୍ଲକରେ ଚାଷୀଙ୍କ ଉନ୍ନତି ପାଇଁ ଶୀତଳ ଭଣ୍ଡାର ସ୍ଥାପନ, କୃଷକ ଓ କୃଷିର ସୁବିଧା ପାଇଁ ସୋନଗଡ ବ୍ୟାରେଜ ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ କାରଣ ଏହି ପ୍ରକଳ୍ପ ହେଲେ ବଲାଙ୍ଗୀର ନିର୍ବାଚନ ମଣ୍ଡଳୀର ୧୫ଖଣ୍ଡ ଗାଁ ଉପକୃତ ହେବା ସହିତ ୨୮ ଗୋଟି ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ରମ ହୋଇପାରିବ ଏହା ବ୍ୟତୀତ ସୋନଗଡ ନଦୀ ଦେଓଗାଁବ୍ଲକ ର ଏକ ଜୀବନରେଖା ହୋଇଥିବା ବେଳେ ଅନ୍ତର୍ଲା ଓ ଜରାସିଂହାଁ ଠାରେ ମଧ୍ୟ ବ୍ୟାରେଜର ଜରୁରୀ ରହିଛି। ତୁଷୁରା ଏୟାରଷ୍ଟ୍ରୀପର ଉନ୍ନତିକରଣ କରାଯାଇ ପାଇଲଟ ଟ୍ରେନିଙ୍ଗ ସେଂଟର ସହିତ ଏୟାରପୋର୍ଟର ବ୍ୟବସ୍ଥା କରାଯାଉ। ଏକ ମହିଳା ବିଶ୍ୱବିଦ୍ୟାଳୟ ସ୍ଥାପନ ରହିଛି।

ସେହିପରି ବଲାଙ୍ଗୀର ପୌରପାଳିକାର ଡ୍ରେନେଜ୍ ବ୍ୟବସ୍ଥାକୁ ଆଧୁନିକ ଓ ସୁଦୃଢ କରିବା ସହ ସହରର ମୌଳିକ ସୁବିଧାର ସୁଧାର ପାଇଁ ପଦକ୍ଷେପ ନେବାକୁ ଦାବୀ କରାଯାଇଛି। ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଡାକ୍ତରୀ କର୍ମଚାରୀଙ୍କ ପୂର୍ଣ୍ଣ ନିଯୁକ୍ତି, ରକ୍ତଭଣ୍ଡାର ସୁବିଧା ବୃଦ୍ଧି ଏବଂ ସୁପର ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ବଢ଼ାଇବା ଉପରେ ମଧ୍ୟ ଜୋର ଦିଆଯାଇଛି। ଏହା ସହିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ୧୦୦ ଏକର ଜମୀ ଓ ଭିତିଭୂମି ବିକାଶ ପାଇଁ ୧୫୦ କୋଟି ଦିଅନ୍ତୁ ଯାହାକି କର୍ମଚାରୀ କ୍ୱାଟର ପାଇଁ ବହୁମହଲା କୋଠା ଏବଂ ପୁଅ ଏବଂ ଝିଅଙ୍କ ପାଇଁ ହଷ୍ଟେଲ, ଏକାଡେମିକ୍ ବ୍ଲକ -୩, ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ମୁଖ୍ୟ ଫାଟକ, ବିଶ୍ୱବିଦ୍ୟାଳୟ ପାଇଁ ସୌନ୍ଦର୍ଯ୍ୟକରଣ ଏବଂ ଆଲୋକୀକରଣ କରାଯାଇ ପାରିବ।

ବଲାଙ୍ଗିର ବିଜୁ ଜନତା ଦଳ ଓ ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓଙ୍କ ପକ୍ଷରୁ କୁହାଯାଇଛି ଯେ, ଏହି ଦାବିପତ୍ର ମାଧ୍ୟମରେ ବଲାଙ୍ଗୀରର ଦୀର୍ଘଦିନର ସମସ୍ୟାର ସମାଧାନ ଓ ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ତ୍ୱରିତ ହସ୍ତକ୍ଷେପ ଅତ୍ୟାବଶ୍ୟକ ରହିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ ବୋଲି ଦାବି ଜଣାଇଛନ୍ତି। ଆସନ୍ତା ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଏହି ସମସ୍ତ ଦାବୀ ପୂରଣ ଦିଗରେ ସକାରାତ୍ମକ ପଦକ୍ଷେପ ନିଆଯିବ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ବଲାଙ୍ଗୀର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ରାଜ୍ୟ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ବରିଷ୍ଠ ନେତା ଲକ୍ଷ୍ମଣ କୁମାର ମେହେର, ବିଜେଡି ନଗର ସଭାପତି ସମ୍ଭୁ ନାଗ, ଜିଲ୍ଲା ଛାତ୍ର ସଭାପତି ସୁମନ ନନ୍ଦ ଉପସ୍ଥିତ ରହି ବଲାଙ୍ଗୀରର ସାମଗ୍ରିକ ବିକାଶ ପାଇଁ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ଜଣାଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande