ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୪୯ ଯୋଡ଼ିଙ୍କ ସାମୁହିକ ବାହାଘର ସମ୍ପନ୍ନ
ଖୋର୍ଦ୍ଧା, 21 ଏପ୍ରିଲ୍ (ହି.ସ.)ରାଜ୍ୟ ସରକାରଙ୍କର ଯୁଗାନ୍ତ କାରୀ ଆର୍ଥିକ ଅନଗ୍ରହସର ପରିବାରର ଝିଅ ମାନଙ୍କ ବାହାଘର ପାଇଁ ମୁଖ୍ୟ ମନ୍ତ୍ରୀ କନ୍ୟା ଯୋଜନାରେ ଜିଲ୍ଲା ପ୍ରଶାସନ ଏବଂ ସ୍ବେଛାସେବୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଖୋର୍ଦ୍ଧାର ଆରାଧ୍ୟ ଦେବୀ ପୀଠ ମା ବରୁଣେଇ ମନ୍ଦିର ପରିସର
Marriage


CM


ଖୋର୍ଦ୍ଧା, 21 ଏପ୍ରିଲ୍ (ହି.ସ.)ରାଜ୍ୟ ସରକାରଙ୍କର ଯୁଗାନ୍ତ କାରୀ ଆର୍ଥିକ ଅନଗ୍ରହସର ପରିବାରର ଝିଅ ମାନଙ୍କ ବାହାଘର ପାଇଁ ମୁଖ୍ୟ ମନ୍ତ୍ରୀ କନ୍ୟା ଯୋଜନାରେ ଜିଲ୍ଲା ପ୍ରଶାସନ ଏବଂ ସ୍ବେଛାସେବୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଖୋର୍ଦ୍ଧାର ଆରାଧ୍ୟ ଦେବୀ ପୀଠ ମା ବରୁଣେଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଉତ୍ସବ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜାଙ୍କ ପୌରହିତ୍ୟରେ ଖୋର୍ଦ୍ଧା ଜିଲ୍ଲାର ୪୯ ଗୋଟି ଯୋଡି କୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସମ୍ପୂର୍ଣ୍ଣ ବୈଦିକ ରିତୀନୀତିରେ ବିବାହ କାର୍ଯ୍ୟ ସମ୍ପୂର୍ଣ କରାଯାଇଅଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଖୋର୍ଦ୍ଧା ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ ୪୯ ଯୋଡି ବର କନ୍ୟାଙ୍କୁ ରୁପାର ମଙ୍ଗଳ ସୂତ୍ର ଏବଂ ଗୋଡ଼ର ଝୁଣ୍ଟିଆ ବଣ୍ଟନ କରି ଆଶ୍ରିବାଦ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ବିଧାୟକ ବେଗୁନିଆ ପ୍ରଦୀପ କୁମାର ସାହୁ, ବିଧାୟକ ଭୁବନେଶ୍ଵର, ମଧ୍ୟ , ଅନନ୍ତ ନାରାୟଣ ଜେନା, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ , ଖୋର୍ଦ୍ଧା ପୌରାପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି , ଅତିରିକ୍ତ ଜିଲ୍ଲାପାଳ ସାଧାରଣ ,ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ , ଜ୍ୟୋତି ଶଙ୍କର ସାହୁ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ , ଅନାଦି ଚରଣ ସେଠି, ଅବକାରୀ ଅଧିକ୍ଷକ ,ଖୋର୍ଦ୍ଧା , ସୁମିତ୍ରା ତ୍ରିପାଠୀ, ସଦର ବିଡ଼ିଓ ,ସିଦ୍ଧାର୍ଥ ପଟ୍ଟନାୟକ ଯୋଗ ଦେଇଥିଲେ l ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ , ପ୍ରତାପ ଚନ୍ଦ୍ର ବେଉରା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ ଓ କାର୍ଯ୍ୟକାରୀ ସଂସ୍ଥା ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାପତି, ସମ୍ପାଦକ ମିଳିତ ପରିଚାଳନାରେ ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମାପିତ ହୋଇଥିଲା l ଏଥି ନିମନ୍ତେ ୪୯ ଗୋଟି ବରକନ୍ୟାଯୋଡି ବିଭାଘର ନିମନ୍ତେ ୪୯ ଗୋଟି ବେଦି ସହ ୪୯ ଜଣ ବ୍ରାହ୍ମଣ ଙ୍କୁ ନିୟୋଜିତ କରାଯାଇଥିଲା l ୪୯ଜଣ କନ୍ୟାଙ୍କୁ ବନାରସୀ ପାଟ ଓଢ଼ଣି ଏବଂ ୪୯ ଜଣ ବରଙ୍କୁ ଶେରୱାନି,ଜୋତା ମୁକୁଟ , ମଙ୍ଗଳ ସୂତ୍ର, ଗୋଡର ଝୁଣ୍ଟିଆ,ବୈଦିକ ରୀତିନୀତି ତେଲିଙ୍ଗି ବାଜା , ଶଙ୍ଖ ,୧୭୦୦. ଲୋକଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନ ,ସକାଳ ଜଳଖିଆ ,ସମସ୍ତ ଅତିଥିଙ୍କୁ ଉତ୍ତରୀୟ ଓ ଖୋର୍ଦ୍ଧା ପାଇକ ପଗଡି ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଯୋଗାଇ ଦିଆଯାଇଥିଲା l ଏହି ସାମୁହ ବିବାହ ଉତ୍ସବରେ ବିବାହ ପରେ ୪୯ ଯୋଡି ଦମ୍ପତିଙ୍କୁ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ବିବାହ ରେଜେଷ୍ଟ୍ରି ସାର୍ଟିଫିକେଟ ପ୍ରଦାନ କରିଥିଲେ l ଏହି ମୁଖ୍ୟ ମନ୍ତ୍ରୀ କନ୍ୟା ଯୋଜନାରେ ଆଜିଠାରୁ ସାତ ଦିନ ମଧ୍ୟରେ ସିଧା ସଳଖ କନ୍ୟାର ବ୍ୟାଙ୍କ ଆକାଉଣ୍ଡକୁ ୪୫ ହଜାର ଟଙ୍କା ଡିବିଟି ମାଧ୍ୟମରେ ପଇଠ କରାଯିବ l ଆଜିର ଏହି ବିବାହ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି,ଦିଲୀପ ହୋତା ,ବେସମାରିକ ଜିଲ୍ଲା ଯୋଗାଣ ଅଧିକାରୀ , ଜ୍ଞାନେଦ୍ରୀୟ ମିଶ୍ର , ଅଗ୍ରଣୀ ବ୍ୟାଙ୍କ ପରିଚାଳକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ,ଲକ୍ଷ୍ମଣ କୁମାର ବେହେରା ,ଡେପୁଟି କଲେକ୍ଟର ସୌମ୍ୟା ସାଗରିକା ସ୍ୱାଇଁ,, ରଞ୍ଜନ କୁମାର ଜେନା,ସାରା ମଲ୍ଲିକ, ସ୍ବିଟି ସୋରେନ , ନିଜାରତ ଅଧିକାରୀ ,ରିସବ ତ୍ରିପାଠୀ, ଜିଲ୍ଲାସମାଜ କାର୍ଯାଳୟ ପୋଗ୍ରାମ ଅଫିସର ସୌଦାମିନୀ ଦାସ, ସମସ୍ତ ସିଡିପିଓ ,ଅଙ୍ଗନବାଡି ସୁପରଭାଇଜର,ଅଙ୍ଗନବାଡି କର୍ମୀ, ବରୁଣେଇ ମନ୍ଦିର ପୂଜକ ମାନେ ,ଗଣମାଧ୍ୟମ ପତିନିଧି ବୃନ୍ଦ ଯୋଗ ଦେଇଥିଲେ l ଶେଷରେ ବିବାହିତା ଦମ୍ପତି ମାନେ ଗୁରୁଜନ ମାନଙ୍କ ଆଶ୍ରିବାଦ ସହ ମା ବରୁଣେଇ କରୁଣେଇ ଙ୍କ ଆଶ୍ରିବାଦ ନେଇଥିଲେ l ଏଠାରେ ପ୍ରକାଶ ଥାଉକି ଓଡିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ହେଉଛି ଆର୍ଥିକ ଅନଗ୍ରସର ପରିବାରର ଝିଅ ମାନଙ୍କ ବିବାହ ପାଇଁ ଏକ ସହାୟକ ଯୋଜନା ,ଏହି ଯୋଜନା ଆଧୀନରେ ହିତାଧିକାରୀଙ୍କୁ ମୋଟ ୬୦ ହଜାର ଟଙ୍କା ସହାୟତା ଦିଆ ଯାଇଥାଏ ,୪୫ ହଜାର ଟଙ୍କା ଡି ବି ଟି ମାଧ୍ୟମରେ ପୈଠ କରାଯିବା ସହ ୧୦ ହଜାର ତାଙ୍କ ବିବାହ ଉପହାର ଯଥା ଶାଢ଼ୀ ,ଚୁଡି, ପାଉଁଜି ଏବଂ ଅନନ୍ୟା ଜରୁରୀ ସାମଗ୍ରୀ ପାଇଁ ବ୍ୟୟ କରାଯାଏ ଏବଂ ୫ ହଜାର ଟଙ୍କା ବିବାହ ମଣ୍ଡପ ସାଜସଜା ,ଖାଦ୍ୟପେୟ, ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ବ୍ୟବହୃତ ହୁଏ l ଏହି ଯୋଜନାରେ ହିତାାଧିକାରୀ ହେବାକୁ ହେଲେ କନ୍ୟାର ବୟସ ୧୮ ରୁ ୩୫ ଓ ବରର ବୟସ ୨୧ ରୁ ୩୫ ହବା ଆବଶ୍ୟକ ,ଉଭୟ ବର କନ୍ୟା ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ l ଗୋଟିଏ ପରିବାରରୁ କେବଳ ଜଣେ ଝିଅ ଏହି ଯୋଜନାରେ ଲାଭ ପାଇ ପାରିବେ l ବିଧବା ବିବାହ କରୁଥିବା ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଦିବ୍ୟାଙ୍ଗ ମାନଙ୍କୁ ପ୍ରାଥମିକତା ଦିଆଯାଏ l

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande