କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ପ୍ରଦାନ
ଜୟପୁର, ୨୧ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲା ଆମ୍ବ।ଗୁଡ଼ା ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସୁନିଲ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାରେ ଭାଗ ନେଇଥିବା ଓ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ପ୍ରାର୍ଥନା ସଭା କାର୍ଯ୍ୟକ୍ରମର ପରିସମପ୍ତି
ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର


ଜୟପୁର, ୨୧ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲା ଆମ୍ବ।ଗୁଡ଼ା ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସୁନିଲ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାରେ ଭାଗ ନେଇଥିବା ଓ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ପ୍ରାର୍ଥନା ସଭା କାର୍ଯ୍ୟକ୍ରମର ପରିସମପ୍ତି ପରେ ମାନପତ୍ର ପ୍ରଦାନ କରାଗଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗାୟତ୍ରୀ ପରିବାରର ବରିଷ୍ଠ କାର୍ଯ୍ୟକର୍ତ୍ତା, ସପ୍ତଶୁତ୍ରି କାର୍ଯ୍ୟକ୍ରମ ପ୍ରମୁଖ ନିରଞ୍ଜନ ପାଣିଗ୍ରାହି ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ଜୀବନରେ କୌଣସି ଭୁଲ୍ ନ କରିବା, ଦୂର୍ଗୁଣ ପରିତ୍ୟାଗ କରିବା, ମାତା ପିତାଙ୍କ ପ୍ରତି ଆମ କର୍ତ୍ତବ୍ୟ ବିଷୟକୁ ଆଲୋକପାତ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିକ୍ରମଦେବ ବିଶ୍ଵ ବିଦ୍ୟାଳୟର ସଭାପତି ଜ୍ୟୋତିରଞ୍ଜନ ପାଣିଗ୍ରାହି ଛାତ୍ର ଜୀବନରେ ଶୃଙ୍ଖଳା, ଏକତା ବିଷୟରେ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଭୀମସେନ ହରିଜନ, ମିନ୍ନ।ମୋୟି ପରିଜା, ସୁମିତ୍ରା ମିଶ୍ର, ମିନର୍ଭ। ପରିଡ଼ା, ଲକ୍ଷ୍ମୀ ମହାନ୍ତି, ପ୍ରଭାବତୀ ନାୟକ, ଶିଳ୍ପା ନାୟକ, ରେବତୀ ଭୂୟା, ଶ୍ରୀମତି ଧରିତ୍ରୀ ଓଝା, ସୁନୀତା ଜେନା, ରୀବିକା ବାଘ୍, ବିଜୟ ଲକ୍ଷ୍ମୀ ସାହୁ, ଜୟଶ୍ରୀ ସାହୁ, ବିତିକା ରାଣୀ ବିଶ୍ୱାସ, ସରିତା ମାଝୀ, ଶୁଭେନ୍ଦୁ କୁମାର ଦାସ, ଅରୂପା ନନ୍ଦ ଦାସ, ପ୍ରମୋଦ ସେନ୍ ନାୟକ, ବିପସା ପାଢ଼ୀ, ମଞ୍ଜୁଶ୍ରୀ ତ୍ରିପାଠୀ, କବିତା ଶଗଡ଼ିଆ, ଉମେଶ ଚନ୍ଦ୍ର ବେହେରା ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ ପ୍ରମାଣ ପତ୍ର ପ୍ରଦାନ କରି ପ୍ରୋତ୍ସାହିତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande