‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ସାମୂହିକ ବିବାହ ଉତ୍ସବ ଆୟୋଜିତ
ବଲାଙ୍ଗିର, ୨୧ ଏପ୍ରିଲ୍ (ହି.ସ.)- ଆଜି ଜିଲ୍ଲା ପ୍ରଶାସନ ଓ ମହିଳା ଓ ଶିଶୁ ବିକାଶ ବିଭାଗ, ବଲାଙ୍ଗିରଙ୍କ ଆନୁକୂଳ୍ୟରେ କୋଶଳ କଳା ମଣ୍ଡଳ ପଡିଆ ପରିସରରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ସାମୂହିକ ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ଏହି ପବିତ୍ର କାର୍ଯ୍ୟକ୍ରମରେ ୩୯ ଜଣ କନ୍ୟାଙ୍କର ବ
କୋଶଳ କଳା ମଣ୍ଡଳ ପଡିଆ ପରିସରରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ସାମୂହିକ ବିବାହ ଉତ୍ସବ ଆୟୋଜିତ


କୋଶଳ କଳା ମଣ୍ଡଳ ପଡିଆ ପରିସରରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ସାମୂହିକ ବିବାହ ଉତ୍ସବ ଆୟୋଜିତ


କୋଶଳ କଳା ମଣ୍ଡଳ ପଡିଆ ପରିସରରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ସାମୂହିକ ବିବାହ ଉତ୍ସବ ଆୟୋଜିତ


କୋଶଳ କଳା ମଣ୍ଡଳ ପଡିଆ ପରିସରରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ସାମୂହିକ ବିବାହ ଉତ୍ସବ ଆୟୋଜିତ


କୋଶଳ କଳା ମଣ୍ଡଳ ପଡିଆ ପରିସରରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ସାମୂହିକ ବିବାହ ଉତ୍ସବ ଆୟୋଜିତ


କୋଶଳ କଳା ମଣ୍ଡଳ ପଡିଆ ପରିସରରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ସାମୂହିକ ବିବାହ ଉତ୍ସବ ଆୟୋଜିତ


ବଲାଙ୍ଗିର, ୨୧ ଏପ୍ରିଲ୍ (ହି.ସ.)- ଆଜି ଜିଲ୍ଲା ପ୍ରଶାସନ ଓ ମହିଳା ଓ ଶିଶୁ ବିକାଶ ବିଭାଗ, ବଲାଙ୍ଗିରଙ୍କ ଆନୁକୂଳ୍ୟରେ କୋଶଳ କଳା ମଣ୍ଡଳ ପଡିଆ ପରିସରରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ସାମୂହିକ ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ଏହି ପବିତ୍ର କାର୍ଯ୍ୟକ୍ରମରେ ୩୯ ଜଣ କନ୍ୟାଙ୍କର ବିବାହ ସମ୍ପନ୍ନ ହୋଇଛି। ଓଡିଆ ରୀତିନୀତି ଅନୁଯାୟୀ ଆୟୋଜିତ ଏହି ଉତ୍ସବରେ ଜିଲ୍ଲାର ଆର୍ଥିକ ଦୁର୍ବଳ ଶ୍ରେଣୀର ଯୋଗ୍ୟ ଦମ୍ପତ୍ତିମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ, ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଗୋପାଳଜୀ ପାଣିଗ୍ରାହୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଲୋଇସିଂହା ବିଧାୟକଙ୍କ ପ୍ରତିନିଧି ସୁରେଶ ମହାଲିଙ୍ଗ, ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା, ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ଡଃ. ବିଜୟାନନ୍ଦ ସେଠୀ ଓ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀ ଯୋଗଦେଇ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିଲେ। ସେମାନଙ୍କୁ ୪୫,୦୦୦ ଟଙ୍କା ସହାୟତା ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।

ଏହି ଉତ୍ସବରେ ମୁଖ୍ୟଅତିଥି ଯୋଗଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଆର୍ଥିକ ସହାୟତା ନୁହେଁ, ଏହା ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ପାଇଁ ଓଡିଶା ସରକାରଙ୍କ ପ୍ରତିଶ୍ରୁତିବଦ୍ଧ ଏକ ଐତିହାସିକ ପଦକ୍ଷେପ। ବିବାହ ସମାରୋହ ଦ୍ୱାରା ପରିବାର ଉପରେ ପଡୁଥିବା ଆର୍ଥିକ ବୋଝକୁ ସ୍ୱୀକାର କରି, ଓଡିଶା ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ଯୋଗ୍ୟ ଦମ୍ପତିଙ୍କ ପାଇଁ ସାମୂହିକ ବିବାହ ସମାରୋହ ଆୟୋଜନ କରି ସାମାଜିକ ଏକତା, ନ୍ୟାୟସଙ୍ଗତ ବିବାହ ଓ ସମାଜରେ ସମାନତାକୁ ପ୍ରୋତ୍ସାହିତ କରାଯାଉଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଘରୋଇ ଖର୍ଚ୍ଚକୁ ହ୍ରାସ କରିବା ସହିତ ବୈବାହିକ ରୀତିନୀତିରେ ମର୍ଯ୍ୟାଦା, ବୈଧତାକୁ ବଜାୟ ରଖିବା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ବିଧବାଙ୍କୁ ପୁନଃ ବିବାହ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଏହି ଯୋଜନା ବାଲ୍ୟ ବିବାହ ଓ ଯୌତୁକ ପ୍ରଥାକୁ ନିବାରଣ କରିବା ସହିତ, ଓଡିଶା ବିବାହ ନିୟମ ଅନୁଯାୟୀ ପଞ୍ଜୀକରଣକୁ ସୁନିଶ୍ଚିତ କରେ ଓ ବିବାହରେ ମହିଳାଙ୍କ ଆଇନଗତ ସଚେତନତାକୁ ବୃଦ୍ଧି କରେ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ମୋଟ ୬୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଉଛି। ସେଥିରୁ ୪୫,୦୦୦ ଟଙ୍କା ସିଧାସଳଖ କନ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଏ ଓ ୧୫,୦୦୦ ଟଙ୍କା ବିବାହ କାର୍ଯ୍ୟ ସମ୍ପାଦନ ପାଇଁ ଖର୍ଚ୍ଚ କରାଯାଏ। ଯୋଜନାର ଯୋଗ୍ୟତା ଅନୁଯାୟୀ, କନ୍ୟାଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ ଓ ବରଙ୍କ ବୟସ ୨୧ରୁ ୩୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ବିଧବାଙ୍କ ପୁନଃ ବିବାହ, ଅନୁସୂଚିତ ଜାତି, ଜନଜାତି ଓ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କୁ ଏହି ଯୋଜନାରେ ପ୍ରାଥମିକତା ଦିଆଯାଉଛି ବୋଲି ଅନାନ୍ୟ ଉପସ୍ଥିତ ଅତିଥିମାନେ ନିଜ ଭାଷଣରେ କହିଥିଲେ ।

ଆଜିର କାର୍ଯ୍ୟକ୍ରମରେ ସମସ୍ତ ବିବାହ ବୈଧ ପଞ୍ଜୀକରଣ ମାଧ୍ୟମରେ ସମ୍ପନ୍ନ ହୋଇଛି। ଜିଲ୍ଲା ପ୍ରଶାସନ, ମହିଳା ଓ ଶିଶୁ ବିକାଶ ବିଭାଗ ସହିତ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହଯୋଗରେ ସମସ୍ତ ବ୍ୟବସ୍ଥା ସୁଚାରୁ ଭାବରେ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ଯେ, ଆଗାମୀ ଦିନରେ ଜିଲ୍ଲାର ଅନ୍ୟାନ୍ୟ ବ୍ଲକରେ ମଧ୍ୟ ଏପରି ସାମୂହିକ ବିବାହ ଆୟୋଜନ କରାଯିବ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ଲାଭ ପହଞ୍ଚାଇବାକୁ ସୁନିଶ୍ଚିତ କରାଯିବ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande