
କେନ୍ଦୁଝର, 21 ଏପ୍ରିଲ୍ (ହି.ସ.) ଦିନକୁ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଏହି ଗ୍ରୀଷ୍ମ ପ୍ରବାହ ନେଇ ସରକାରଙ୍କ ପକ୍ଷରୁ ସଚେତନତା ସୃଷ୍ଟି ପାଇଁ ଆଡଭାଇଯାରି ଜାରି ହୋଇଛି। ପ୍ରବଳ ଗ୍ରୀଷ୍ମ ଶ୍ୱତେ ସାଧାରଣ ଲୋକେ ଯାତାୟାତ ଜାରି ରଖିଛନ୍ତି। ଏହି ଯାତ୍ରୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ସାମୟିକ ଲାଘବ ପାଇଁ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଦହିପାଣି ରାସ୍ତା କଡ଼, ବସ୍ ଷ୍ଟାଣ୍ଡ ଆଦିରେ ବଣ୍ଟନ ଆରମ୍ଭ ହୋଇଛି। ଆଜି ଜିଲ୍ଲାର ଅଗ୍ରଣୀ ନାରୀ ସଙ୍ଗଠନ ନାରୀ ସମାଜ ଶିକ୍ଷା କେନ୍ଦ୍ର ପକ୍ଷରୁ ସ୍ଥାନିୟ ମହାବୀର ଛକ ବସଷ୍ଟାଣ୍ଡ ଠାରେ ହର୍ବାଲ ଦହି ପାଣି ବଣ୍ଟନ କରାଯାଇଥିଲା। ସଂଗଠନର ସମ୍ପାଦିକା ସାବିତ୍ରୀ ବିଶ୍ୱାଳଙ୍କ ତତ୍ଵାବଧାନରେ ସଦସ୍ୟା ସୀମାରାଣୀ କର, ଗୋଲାପ ମଞ୍ଜରୀ ଦାସ, ସରୋଜିନୀ ରାଉତ, ମିନତୀ ମହାପାତ୍ର, ସରୋଜିନୀ ମିଶ୍ର, ସୁକାନ୍ତି ଦାଶ, ଅଞ୍ଜୁ ରାମ, ସୌଦାମିନୀ ରଣା, ଦୀପା ନାୟକ, ବୀଣାପାଣି ବାରିକ, ଗୀତାରାଣୀ ନାୟକ ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA