
ବଲାଙ୍ଗିର, ୨୧ ଏପ୍ରିଲ୍ (ହି.ସ.)- ଗ୍ରୀଷ୍ମ ପ୍ରବାହ ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି l
ଜିଲ୍ଲାପାଳ ବଲାଙ୍ଗିର ଗୌରବ ଶିବାଜୀ ଇସଲୱାର ଆଜି ଜିଲ୍ଲାର ସମସ୍ତ ଅଙ୍ଗନବାଡି, ଘରୋଇ ଓ ସରକାରୀ ସ୍କୁଲ କଲେଜକୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଏପ୍ରିଲ ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ଭାରତ ପାଣିପାଗ ବିଭାଗ ସତର୍କ ସୂଚନା ମୁତାବକ ଛୁଟି ଘୋଷଣା କରିଛନ୍ତି l ଏହି ସମୟ ଭିତରେ ସ୍କୁଲ କଲେଜ କର୍ମଚାରୀ ଅନୁଷ୍ଠାନରେ ଉପସ୍ଥିତ ରହିବେ, ଜନଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀ ସେମାନଙ୍କ ଦାୟିତ୍ଵ ସମ୍ପାଦନ କରିବେ, ଏହି ସମୟ ଭିତରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ଯଥାରୀତି ଚାଲିବ, ଅଙ୍ଗନବାଡି କେନ୍ଦ୍ରରେ ରନ୍ଧା ଖାଦ୍ୟ ବଦଳରେ ଶିଶୁ ମାନଙ୍କୁ ସମାଗ୍ରୀ ପ୍ରଦାନ କରାଯିବ ବୋଲି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ