ଭୟ ଓ ଦୁର୍ନୀତିର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବେ ପଶ୍ଚିମବଙ୍ଗର ଜନତା - ଧର୍ମେନ୍ଦ୍ର ପ୍ରଧାନ
କୋଲକାତା/ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)-ପଶ୍ଚିମବଙ୍ଗ ପରିବର୍ତନ ମୁହାଁ । ବଙ୍ଗଳାର ଜନସାଧାରଣ ଏଥର ଭୟ, ଭ୍ରଷ୍ଟାଚାର ଏବଂ ବିଭାଜନର ରାଜନୀତିକୁ ଶେଷ କରି ବିକାଶ ଓ ସ୍ୱାଭିମାନର ସରକାର ଗଢ଼ିବାକୁ ନିଷ୍ପତି ନେଇସାରିଛନ୍ତି ବୋଲି ଆଜି ବରନଗର ଓ ତାଲଡାଙ୍ଗରା ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଡ୍-ସୋ’
fhdyj


କୋଲକାତା/ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)-ପଶ୍ଚିମବଙ୍ଗ ପରିବର୍ତନ ମୁହାଁ । ବଙ୍ଗଳାର ଜନସାଧାରଣ ଏଥର ଭୟ, ଭ୍ରଷ୍ଟାଚାର ଏବଂ ବିଭାଜନର ରାଜନୀତିକୁ ଶେଷ କରି ବିକାଶ ଓ ସ୍ୱାଭିମାନର ସରକାର ଗଢ଼ିବାକୁ ନିଷ୍ପତି ନେଇସାରିଛନ୍ତି ବୋଲି ଆଜି ବରନଗର ଓ ତାଲଡାଙ୍ଗରା ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଡ୍-ସୋ’ ଏବଂ ଶୋଭାଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପଶ୍ଚିମବଙ୍ଗ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଶ୍ରୀ ସଜଲ ଘୋଷଙ୍କ ସମର୍ଥନରେ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ଜନସ୍ରୋତ ବଙ୍ଗଳାରେ ପରିବର୍ତନର ସ୍ପଷ୍ଟ ସଙ୍କେତ ସେ କହିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଟିଏମସି ଯେତେ ଚେଷ୍ଟା କଲେ ମଧ୍ୟ ବିଜେପିର ସଂକଳ୍ପକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ। ମମତା ଦିଦିଙ୍କ ଡରାଇବା ଓ ଧମକାଇବା ରାଜନୀତି ଏବେ ବିଫଳ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଜୀ ପଶ୍ଚିମବଙ୍ଗର ସୁରକ୍ଷା, ସୁଯୋଗ ଏବଂ ସାମଗ୍ରିକ ବିକାଶ ପାଇଁ ସଂକଳ୍ପବଦ୍ଧ। ବଙ୍ଗଳାର ହଜିଯାଇଥିବା ଗୌରବକୁ ଫେରାଇ ଆଣିବା ଏବଂ ଏକ ଆତ୍ମନିର୍ଭରଶୀଳ ରାଜ୍ୟ ଗଠନ କରିବା ପାଇଁ ବିଜେପି ପ୍ରତି ଜନସାଧାରଣଙ୍କ ଭରସା ବଢ଼ିବାରେ ଲାଗିଛି ।

ପଶ୍ଚିମବଙ୍ଗର ଯୁବପିଢ଼ି ଆଜି ରୋଜଗାର ଏବଂ ଭଲ ସୁଯୋଗ ପାଇବା ପାଇଁ ଇଚ୍ଛୁକ । ବିଜେପିର ସଂକଳ୍ପ ପତ୍ରରେ ଥିବା ଷ୍ଟାର୍ଟଅପ୍ ପ୍ରୋତ୍ସାହନ ଓ ନିଯୁକ୍ତି ସୁଯୋଗ ଏହି ଆଶାକୁ ପୂରଣ କରିବା ପାଇଁ ଏକମାତ୍ର ମାର୍ଗ । ଯେଉଁ ଭୟ ଓ ଘୃଣାର ରାଜନୀତି ପାଇଁ ବେଙ୍ଗଲବାସୀ ଦିନେ ବାମପନ୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ, ଆଜି ସମାନ କାରଣ ପାଇଁ ଟିଏମସିକୁ ମଧ୍ୟ ବିଦା କରିବାକୁ ମନସ୍ଥ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆଜି ବରନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିବା ସହ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ଗତକାଲି ବାଙ୍କୁଡ଼ା ଜିଲ୍ଲାର ତାଲଡାଙ୍ଗରା ଠାରେ ବିଜେପି ପ୍ରାର୍ଥୀ ସୌଭିକ ପାତ୍ରଙ୍କ ସମର୍ଥନରେ ଆୟୋଜିତ ରୋଡ୍-ସୋ’ରେ ମଧ୍ୟ ଶ୍ରୀ ପ୍ରଧାନ ସାମିଲ ହୋଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande