୬ ବର୍ଷ ପୁରିଲା,ଡିଭାଇଡର କାମ ସମ୍ପୂର୍ଣ୍ଣ ହେବ କେବେ?
୬ ବର୍ଷ ପୁରିଲା,ଡିଭାଇଡର କାମ ସମ୍ପୂର୍ଣ୍ଣ ହେବ କେବେ? ନୂଆପଡ଼ା, ୨୧ ଏପ୍ରିଲ୍ (ହି.ସ.)- ନୂଆପଡ଼ା ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳ। ହେଲେ ଏଠାରେ ଆଖିଦୃଶିଆ ବିକାଶ ହୋଇପାରିନାହିଁ। ଏହି ସହର ୩୫୩ ନଂ ଜାତୀୟ ରାଜପଥ ଗୋପାଳପୁର ଠାରୁ ରାୟପୁରକୁ ସଂଯୋଗ କରୁଛି। ଗତ ୫/୬ ବର୍ଷ ପୂର୍ବେ ଖଡ଼ିଆଳ ସହ
Divider sampurnna kebe


୬ ବର୍ଷ ପୁରିଲା,ଡିଭାଇଡର କାମ ସମ୍ପୂର୍ଣ୍ଣ ହେବ କେବେ?

ନୂଆପଡ଼ା, ୨୧ ଏପ୍ରିଲ୍ (ହି.ସ.)- ନୂଆପଡ଼ା ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳ। ହେଲେ ଏଠାରେ ଆଖିଦୃଶିଆ ବିକାଶ ହୋଇପାରିନାହିଁ। ଏହି ସହର ୩୫୩ ନଂ ଜାତୀୟ ରାଜପଥ ଗୋପାଳପୁର ଠାରୁ ରାୟପୁରକୁ ସଂଯୋଗ କରୁଛି। ଗତ ୫/୬ ବର୍ଷ ପୂର୍ବେ ଖଡ଼ିଆଳ ସହରରେ ସୋନ୍ଦର୍ୟ୍ଯ କରଣ ପାଇଁ ଡିଭାଇଡର ନିର୍ମାଣ କରାଗଲା। ସହରର ଥାନା ଛକରୁ ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ହାରାହାରି ୨ କିଲୋମିଟର ଡିଭାଇଡର ନିର୍ମାଣ କରାଗଲା। ପାଖାପାଖି ୪ ଫୁଟ ଓସାରର ଡିଭାଇଡର ନିର୍ମାଣ କରାଗଲା। ଲକ୍ଷ୍ୟଥିଲା ଖଡ଼ିଆଳ ସହରର ସୋନ୍ଦର୍ୟ୍ଯ କରଣ ପାଇଁ। ହେଲେ ପାଖାପାଖି ୬ ବର୍ଷ ବିତି ଯାଇଥିଲେ ମଧ୍ୟ ଅଧ ପାନ୍ତରିଆ ଭାବରେ ପଡିରହିଛି। ଯାହାଫଳରେ

ସୋନ୍ଦର୍ୟ୍ଯ କରଣର ଆଶା ମଉଳି ଯାଇଛି। ଜିଲା ପ୍ରସାଶନ ସହ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ଅର୍ଦ୍ଧ ନିର୍ମିତ ଡିଭାଇଡରକୁ ସମ୍ପୂର୍ଣ୍ଣ କରିବାକୁ ସାଧାରଣରେ ଦାବି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande