
କେନ୍ଦ୍ରାପଡ଼ା, ୨୧ ଏପ୍ରିଲ୍(ହି.ସ.) – ମାର୍ଶାଘାଇ ବ୍ଲକ ବେରୁହାଁ ପଂଚାୟତ ଖମଗାଁବିନ୍ଧା ଗ୍ରାମର ଆଦର୍ଶ ଶିକ୍ଷକ ତଥା ପୂର୍ବତନ ସରପଂଚ ଲାବଣ୍ୟବତୀ ସେନାପତିଙ୍କ ଶ୍ୱଶୁର ଭଜନାନନ୍ଦ ସେନାପତିଙ୍କ ଦ୍ୱାଦଶାହା ଅବସରରେ ମଙ୍ଗଳବାର ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ସରପଂଚ ବାବାଜୀ ସ୍ୱାଇଁ, ସମାଜସେବୀ ଶାନ୍ତନୁ ନାୟକ, ମାର୍ଶାଘାଇ ପଂଚାୟତ ସମିତି ପୂର୍ବତନ ଚେୟାରମ୍ୟାନ ସଞ୍ଜୟ କୁମାର ଲେଙ୍କା, ଗରଜଙ୍ଗା ସମବାୟ ସମିତି ସଭାପତି ସୁରେଶ ଦାସ, ସମ୍ପାଦକ ହିମାଂଶୁ ନାୟକ, ଗଙ୍ଗାଧର ପରିଡା, ସିଆରସିସି ଶ୍ରୀଧର ନାୟକ, ସାମ୍ବାଦିକ ରନେନ୍ଦ୍ର ନାୟକ, ପୂର୍ବତନ ସରପଂଚ ପ୍ରଦୀପ ନାୟକ, କୈଳାସ ସେନାପତି, ବିଦ୍ୟାଧର ଦାସ, ଜିଲ୍ଲାପରିଷଦ ସଦସ୍ୟ ପ୍ରତାପ ମଲିକ, ବିଜେପି ନେତା ମିହିର ସାମଲ, ପ୍ରଣବ କିଶୋର ସାମଲ, ବିଶ୍ୱରଞ୍ଜନ ମହାନ୍ତି, ଶିକ୍ଷକ କରୁଣାକର ସେନାପତି ବିଭୁତି ଭୂଷଣ ଦାସ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ପୁତ୍ର ଲକ୍ଷ୍ମୀକାନ୍ତ ସେନାପତି, ଦେବକାନ୍ତ ସେନାପତି, ନଳିନୀକାନ୍ତ ସେନାପତି, ରଶ୍ମିରେଖା ସେନାପତି,ଲିପ୍ସାମୟୀ ସେନାପତି, ରଶ୍ମି ନାୟକ, ବିଶ୍ୱରଂଜନ ପରିଡା ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି