ଗଜପତି ଓ ମାଲକାନଗିରିରେ ସ୍କୁଲ ଛୁଟି
ଭୁବନେଶ୍ୱର, 21 ଏପ୍ରିଲ୍ (ହି.ସ.)- ଗ୍ରୀଷ୍ମ ପ୍ରବାହ ପାଇଁ ଗଜପତି ଓ ମାଲକାନଗିରିରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ଗଜପତି ଜିଲ୍ଲାରେ ସବୁ ସ୍କୁଲ୍ ଆସନ୍ତା ୩ ଦିନ ଛୁଟି ଘୋଷଣା କରାଯାଇଛି । ୨୨ରୁ ୨୪ ତାରିଖ ଯାଏଁ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି
ଗଜପତି ଓ ମାଲକାନଗିରିରେ ସ୍କୁଲ ଛୁଟି


ଭୁବନେଶ୍ୱର, 21 ଏପ୍ରିଲ୍ (ହି.ସ.)- ଗ୍ରୀଷ୍ମ ପ୍ରବାହ ପାଇଁ ଗଜପତି ଓ ମାଲକାନଗିରିରେ ସ୍କୁଲ

ଛୁଟି ଘୋଷଣା କରାଯାଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ଗଜପତି ଜିଲ୍ଲାରେ ସବୁ ସ୍କୁଲ୍ ଆସନ୍ତା ୩

ଦିନ ଛୁଟି ଘୋଷଣା କରାଯାଇଛି । ୨୨ରୁ ୨୪ ତାରିଖ ଯାଏଁ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପ୍ରବଳ

ଖରା ଓ ହିଟ୍ ୱେଭକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି । ଶିଶୁ ବାଟିକାରୁ ଦ୍ବାଦଶ ଶ୍ରେଣୀ

ଯାଏ ସବୁ ସ୍କୁଲ ଛୁଟି ରହିବ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ ।

ମାଲକାନଗିରିରେ ଆସନ୍ତା ୪ ଦିନ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ସବୁ

ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି । ୨୨,୨୩, ୨୪ ଓ ୨୫ ତାରିଖରେ ସ୍କୁଲ୍ ଛୁଟି ନିର୍ଦ୍ଦେଶ ଦିଆଯାଇଛି । ଶିଶୁ

ବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି । ପଞ୍ଚମ ଓ ଅଷ୍ଟମ ସପ୍ଲିମେଣ୍ଟାରୀ

ପରୀକ୍ଷା ଜାରି ରହିବ । ଅନ୍ୟ ବୋର୍ଡ ପରୀକ୍ଷା ଓ ଜନଗଣନା ମଧ୍ୟ ଚାଲିବ । ଶିକ୍ଷକ ଓ

କର୍ମଚାରୀଙ୍କ ପାଇଁ ସକାଳ ସାଢେ ୬ଟାରୁ ୧୦ଟା ୩୦ ଯାଏଁ ସ୍କୁଲ୍ ଖୋଲା ରହିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande