ହନୁମାନଜୀଉଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ୨୩ ରୁ ଆରମ୍ଭ
ଭୁବନ, ୨୧ ଅପ୍ରେଲ (ହି.ସ.)- ଭୁବନ ଏନ୍ ଏ ସି ଅନ୍ତର୍ଗତ ଲତବିଲ ସ୍ଥିତ ଶ୍ରୀ ଶ୍ରୀ ହନୁମାନଜୀଉଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଇଅଛି । ଏହି ଉପଲକ୍ଷେ ୨୩ ତାରିଖ ଜଳଯାତ୍ରା ( କଳସ ଶୋଭାଯାତ୍ରା), ଅଙ୍କୁରାର
ହନୁମାନଜୀଉଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ୨୩ ରୁ ଆରମ୍ଭ


ଭୁବନ, ୨୧ ଅପ୍ରେଲ (ହି.ସ.)- ଭୁବନ ଏନ୍ ଏ ସି ଅନ୍ତର୍ଗତ ଲତବିଲ ସ୍ଥିତ ଶ୍ରୀ ଶ୍ରୀ ହନୁମାନଜୀଉଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଇଅଛି । ଏହି ଉପଲକ୍ଷେ ୨୩ ତାରିଖ ଜଳଯାତ୍ରା ( କଳସ ଶୋଭାଯାତ୍ରା), ଅଙ୍କୁରାରୋପଣ, ମଣ୍ଡଳ ବିନ୍ୟାସ, ନାମ ସଂକୀର୍ତ୍ତନ,୨୪ ତାରିଖ ଗୋପୂଜା, ସୂର୍ଯ୍ୟପୂଜା, ଶାଳପୂଜା, ଅଗ୍ନି ପୂଜନ, ବାସ୍ତୁ ମଣ୍ଡଳ ପୂଜା, ମହାସ୍ନାନ, ଧ୍ୱଜା ସ୍ଥାପନ ଓ ନାମ ସଂକୀର୍ତ୍ତନ ପରେ ସାମୁହିକ ପ୍ରସାଦ ସେବନ ଅନୁଷ୍ଠିତ ହେବ। ୨୫ ତାରିଖ ଚଣ୍ଡୀପାଠ, ପୂର୍ଣ୍ଣାହୂତି ଓ ସଂକୀର୍ତ୍ତନ ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀ ଶ୍ରୀ ବଜରଙ୍ଗବାଲି ଭକ୍ତ ବୃନ୍ଦଙ୍କ ପକ୍ଷରୁ ସୂଚନା ଦିଆଯିବା ସହ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ପ୍ରଭୁ ହନୁମାନଙ୍କ କୃପାଲାଭ କରିବାକୁ ନିବେଦନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande