
କେନ୍ଦୁଝର, 21 ଏପ୍ରିଲ୍ (ହି.ସ.)ସହର ଡି.ଏନ୍ ହାଇସ୍କୁଲ୍ ସମ୍ମୁଖରେ “ହିମାଁ ଏସ୍ପେଟିକା” ନାମକ ଏକ ଆଧୁନିକ ସୌନ୍ଦର୍ଯ୍ୟ ଓ ସ୍ବାସ୍ଥ୍ୟ କେନ୍ଦ୍ର ଉଦ୍ଘାଟିତ ହୋଇଛି। ଏଠାରେ ମହିଳା ଓ ପୁରୁଷ ଉଭୟଙ୍କ ପାଇଁ ଉନ୍ନତ ଯନ୍ତ୍ରପାତି ଓ ଆଧୁନିକ ପ୍ରଣାଳୀ ମାଧ୍ୟମରେ ସୌନ୍ଦର୍ଯ୍ୟ ସେବା ଓ ଆତ୍ମବିଶ୍ବାସ ବିକାଶର ବ୍ୟବସ୍ଥା ରହିଛି। ଅଭିଜ୍ଞ ଡାକୁରମାନଙ୍କ ନିର୍ଦ୍ଦେଶନାୟ ସ୍ମିନ୍, ହେୟାର, ଦାନ, ପ୍ଲାଷ୍ଟିକ ସର୍ଜେରୀ, ଲେଜର ଟ୍ରିଟମେଣ୍ଟ, ଫିଜିଓଥେରାପି ଓ ଗାଇନିକ୍ ସେବା ଦିଆଯିବ। ସ୍ମିନ୍ ପାଇଁ ଲେଜର ରିଜୁଭେନେସନ୍, କେମିକାଲ ପିଲ୍ମ, ବ୍ରଣ ଓ ଦାଗ ଚିକିତ୍ସା, ବଟକ୍ସ ଓ ଫିଲର୍ସ ଉପଲବ୍ଧ ଅଛି। ହେୟାର କେୟାରରେ ପିଆରପି, ଜିଏଫସି, ମେସୋଥେରାପି ଓ ଲେଜର ହେୟାର ରିଡକ୍ସନ୍ ସେବା ମିଳିବ। ଗାଇନିକ୍ ବିଭାଗରେ ପିସିଓଡି, ପ୍ରସବ ପରବର୍ତ୍ତୀ ସମସ୍ୟା ଓ ରଜୋନିବୃତ୍ତ ସମ୍ବନ୍ଧୀୟ ଅସୁବିଧା ପାଇଁ ଆଧୁନିକ ଚିକିତ୍ସା, ଯଥା ଭାଜାଇନାଲ ରିଜୁଭେନେସନ୍, ହାଇମେନୋପ୍ଲାସ୍ଟି ଲାବିଆପ୍ଲାସ୍ଟି କରାଯିବ। ପ୍ଲାଷ୍ଟିକ ସର୍ଜେରୀ ମାଧ୍ୟମରେ ଦାଗ ହଟାଇବା, ମୁହଁର ଆକୃତି ସୁଧାରଣ ଓ ହେୟାର ଟ୍ରାନ୍ସପ୍ଲାଣ୍ଟେସନ୍ ମଧ୍ୟ ଉପଲବ୍ଧ। । ଏହାସହ ଦାନୁ ଧଳା କରିବା, ସ୍ମାଇଲ୍ ଡିଜାଇନ୍, ଆଲାଇନର୍ସ ଓ ଭିନିଅର୍ସ ସୁବିଧା ମିଳିବ। ଫିଜିଓଥେରାପି, ଯୋଗ ଓ ଧ୍ଯାନ ମାଧ୍ଯମରେ ବିଭିନ୍ନ ବେଦନା ଜନିତ ରୋଗର ଚିକିତ୍ସା ମଧ୍ଯ କରାଯିବ। କେନ୍ଦୁଝର ଜିଲ୍ଲାରେ ପ୍ରଥମଥର ପାଇଁ ଏହି ପ୍ରକାର ସେବା ଆରମ୍ଭ ହୋଇଥିବାରୁ ନିର୍ଦ୍ଦେଶିକା ଡାକୁର ମମତା ରାଣୀ ଜେନା ଲୋକମାନଙ୍କୁ ଏହାର ଲାଭନେବାକୁ ଅନୁରୋଧ କରିଛନ୍ତି। ଧରଣୀଧର ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରତିଭା ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରଟିର ଉଦ୍ଘାଟନ କରିଥିଲେ। ବ୍ରହ୍ମକୁମାରୀ ବିନ୍ଦୁ ଓ ପୂର୍ବତନ ରୋଟାରୀ କ୍ଲବ ସଭାନେତ୍ରୀ ରାଜଲକ୍ଷ୍ମୀ ସ୍ବାଇଁ ସମ୍ମାନିତ ଅତିଥ୍ ଭାବେ ଯୋଗ ଦେଇଥିଲେ। ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ରଶ୍ମିରଞ୍ଜନ ଭଞ୍ଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA