ଧୂମଧାମ ରେ ପାଳିତ ହୋଇଯାଇଛି ହୋ ସମ୍ପ୍ରଦାୟର ବାହା ପର୍ବ
କେନ୍ଦୁଝର, 21 ଏପ୍ରିଲ୍ (ହି.ସ.) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପିପଳିଆ ପଞ୍ଚାୟତର ଅସନବଣି ଗାଁରେ ୨ଦିନ ଧରି ଏହି ପର୍ବକୁ ପୂଜାର୍ଚ୍ଚନା ସହ , ପାରମ୍ପରିକ ନୃତ୍ୟଗୀତର ତାଳେ ତାଳେ ଧୁମଧାମରେ ପାଳନ କରିଥିଲେ। ଲୋକେ ଏହି ପର୍ବରେ ପ୍ରକୃତିର ଉପାସକ ଆଦିବାସୀ ହୋ ସମ୍ପ୍ରଦାୟର ଲୋକେ, ବର୍ଷରେ ପ୍
Ho samaj baha praba


କେନ୍ଦୁଝର, 21 ଏପ୍ରିଲ୍ (ହି.ସ.) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପିପଳିଆ ପଞ୍ଚାୟତର ଅସନବଣି ଗାଁରେ ୨ଦିନ ଧରି ଏହି ପର୍ବକୁ ପୂଜାର୍ଚ୍ଚନା ସହ , ପାରମ୍ପରିକ ନୃତ୍ୟଗୀତର ତାଳେ ତାଳେ ଧୁମଧାମରେ ପାଳନ କରିଥିଲେ। ଲୋକେ ଏହି ପର୍ବରେ ପ୍ରକୃତିର ଉପାସକ ଆଦିବାସୀ ହୋ ସମ୍ପ୍ରଦାୟର ଲୋକେ, ବର୍ଷରେ ପ୍ରଥମ କରି ଶାଳଫୁଲ ପୂଜା କରିଥାଆନ୍ତି । ଏହାପରେ ସେମାନେ ଶାଳପତ୍ର ଖଲିରେ ଖାଇବା ସହିତ, ଅନ୍ୟ ନୂତନ ଜଙ୍ଗଲଜାତ ଫଳ ଓ ପୁଷ୍ପ ଖାଇବାର ପରମ୍ପରା ରହିଛି।ମୃଦଙ୍ଗ ଏବଂ ମାଦଳ ଧ୍ୱନିରେ ପ୍ରକମ୍ପିତ ହୋଇଥାଏ ପରିବେଶ । ପାରମ୍ପରିକ ବେଶ ପୋଷାକରେ ଗାଁର ମହିଳା ମାନେ ସୁସଜ୍ଜିତ ହୋଇଥିଲେ । ମୁଣ୍ଡ, ବେକ, ହାତ ଏବଂ ଗୋଡ଼ରେ ଆକର୍ଷଣୀୟ ଫୁଲମାଳ ପିନ୍ଧି ହାତରେ ହାତ ଛନ୍ଦି ନୃତ୍ୟ ପରିବେଷଣ କରୁଛନ୍ତି ମହିଳା । ବାହାପର୍ବ ଅବସରରେ ଗାଁମୁଣ୍ଡ ଶାଳଗଛ ଚାରିପଟେ ମହିଳାଙ୍କର ଏହି ନୃତ୍ୟ, ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଜଙ୍ଗଲରୁ ବର୍ଷର ନୂଆ ଶାଳଫୁଲ ସଂଗ୍ରହ କରି ନିଜ ପିତୃପୁରୁଷ ଓ ଭଗବାନଙ୍କ ଉଦ୍ଦେଶ୍ୟରେ ଶାଳପତ୍ର ଠୋଲି ରେ ପ୍ରଥମେ ହାଣ୍ଡିଆ ପୂଜା କରାଯାଏ । ଏହାପରେ ଆନନ୍ଦରେ ପାରମ୍ପରିକ ନୃତ୍ୟଗୀତରେ ମଜ୍ଜିଯାନ୍ତି ଲୋକେ ।ଏହି ବିଷୟରେ ବାବୁରାମ ଗଡ଼ସରା,(ସଭାପତି) କହିଛନ୍ତି ହୋ ସମ୍ପ୍ରଦାୟର ଲୋକେ ଏବେବି ଜଙ୍ଗଲଜାତ ସାମଗ୍ରୀ ଉପରେ ନିର୍ଭରଶୀଳ । ପରମ୍ପରା ଅନୁଯାୟୀ, ଶାଳପତ୍ର ଏବଂ ଫୁଲକୁ ଏମାନେ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ବାହାପର୍ବରେ ଲୋକମାନେ ଜଙ୍ଗଲରୁ ବର୍ଷର ନୂତନ ଶାଳଫୁଲ ଏବଂ ପତ୍ର ସଂଗ୍ରହ କରିଥାନ୍ତି । ଗାଁ ଦେହୁରୀ, ମାଙ୍ଗତା ମୁଣ୍ଡା କହିଛନ୍ତି ଶାଳଗଛର ଡ଼ାଳ ଜଙ୍ଗଲରୁ ସଂଗ୍ରହ କରି ଗାଁମୁଣ୍ଡରେ ସ୍ଥାପନ କରନ୍ତି । ସେଠାରେ ପ୍ରଥମେ ନୂତନ ଶାଳଫୁଲ ପୂଜା କରାଯାଏ । ଏହାପରେ ନୂତନ ଶାଳପତ୍ର ଠୋଲିରେ ପିତୃପୁରୁଷ ଓ ଭଗବାନଙ୍କ ଉଦ୍ଦେଶ୍ୟରେ ହାଣ୍ଡିଆ ଭୋଗ ଅର୍ପଣ କରାଯାଏ । ଗାଁର ସମସ୍ତେ ଏଠାରେ ଏକାଠି ହୋଇ ନାଚଗୀତ କରି ଏହି ଉତ୍ସବ ମନାଇଥାନ୍ତି । ବାହାପର୍ବ ପରେ, ଲୋକମାନେ ଚାର, କେନ୍ଦୁ, ଆମ୍ବ ପରି ଅନ୍ୟ ଜଙ୍ଗଲଜାତ ନୂତନ ଫଳ ଏବଂ ପୁଷ୍ପ ବ୍ୟବହାର କରିବାର ରହିଛି ପରମ୍ପରା ।ସେହିପରି (ଉପଦେଷ୍ଟା, ବିର୍ଷାମୁଣ୍ଡା ହୋ ସମାଜ) ଜୀବନସିଂ ନୁନ୍ଦୁୟା, କହିବା ଅନୁଯାୟୀ

ଆଧୁନିକ ଯୁଗରେ ଲୋକମାନେ ନିଜ ସଂସ୍କୃତି ଏବଂ ପରମ୍ପରା ଭୂଲିବାକୁ ବସିଥିବା ବେଳେ, ଆଦିବାସୀ ହୋ ସମାଜର ବାହାପର୍ବ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ସହାୟକ ହୋଇପାରିଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande