ଜାପାନରେ 8.0 ତୀବ୍ରତାର ଭୂକମ୍ପ ଆଲର୍ଟ
ଟୋକିଓ, 21 ଏପ୍ରିଲ (ହି.ସ.)। ଜାପାନ ପାଣିପାଗ ବିଜ୍ଞାନ ଏଜେନ୍ସି ଦେଶରେ 8.0 କିମ୍ବା ତାଠାରୁ ଅଧିକ ତୀବ୍ରତାର ଭୂକମ୍ପ ହେବା ସମ୍ଭାବନା ବିଷୟରେ ସତର୍କତା ଜାରି କରିଛି। ଏହି ସତର୍କତା ସୋମବାର ସନ୍ଧ୍ୟାରେ ଆସିଥିବା 7.7 ତୀବ୍ରତାର ଭୂକମ୍ପର କିଛି ଘଣ୍ଟା ପରେ ଜାରି କ
ଜାପାନରେ 8.0 ତୀବ୍ରତାର ଭୂକମ୍ପ ଆଲର୍ଟ


ଟୋକିଓ, 21 ଏପ୍ରିଲ (ହି.ସ.)। ଜାପାନ ପାଣିପାଗ ବିଜ୍ଞାନ ଏଜେନ୍ସି ଦେଶରେ

8.0 କିମ୍ବା ତାଠାରୁ ଅଧିକ ତୀବ୍ରତାର ଭୂକମ୍ପ ହେବା ସମ୍ଭାବନା ବିଷୟରେ ସତର୍କତା ଜାରି କରିଛି।

ଏହି ସତର୍କତା ସୋମବାର ସନ୍ଧ୍ୟାରେ ଆସିଥିବା 7.7 ତୀବ୍ରତାର ଭୂକମ୍ପର କିଛି ଘଣ୍ଟା ପରେ ଜାରି

କରାଯାଇଛି। ଏହି ଭୂକମ୍ପ ସନ୍ଧ୍ୟା 4:53ରେ ଉତ୍ତର ଇୱାଟେ ପ୍ରାନ୍ତର ସମୁଦ୍ରତଟରୁ ଦୂରେ

ପ୍ରଶାନ୍ତ ମହାସାଗରରେ ଘଟିଥିଲା। ଏହାର ଝଟକା ଏତେ ଜୋରଦାର ଥିଲା ଯେ ଏହା ରାଜଧାନୀ ଟୋକିଓର ବଡ଼

ବଡ଼ ଭବନଗୁଡ଼ିକୁ ମଧ୍ୟ କମ୍ପିତ କରିଦେଇଥିଲା। ଟୋକିଓ ଭୂକମ୍ପ କେନ୍ଦ୍ରରୁ ଶହଶହ କିଲୋମିଟର

ଦୂରରେ ଅବସ୍ଥିତ।

‘ଜାପାନ ଟୁଡେ’ ସମ୍ବାଦପତ୍ର ଅନୁସାରେ, ଏକ ନୂତନ ବଡ଼

ଭୂକମ୍ପ ହେବାର ସମ୍ଭାବନା ସାଧାରଣ ସମୟ ତୁଳନାରେ ଅଧିକ। ଅଗ୍ନି ଓ ଦୁର୍ଘଟଣା ପରିଚାଳନା

ଏଜେନ୍ସି ଅନୁସାରେ, ପ୍ରଭାବିତ ଅଞ୍ଚଳର

ସ୍ଥାନୀୟ ପ୍ରଶାସନ 1,82,000 ରୁ ଅଧିକ ବାସିନ୍ଦାଙ୍କ

ପାଇଁ ଅନିବାର୍ଯ୍ୟ ନୁହେଁ ଏମିତି ସ୍ଥାନାନ୍ତରଣ ନିର୍ଦ୍ଦେଶ ଜାରି କରିଛି। ଏଜେନ୍ସି ଅନୁସାରେ, ଭୂକମ୍ପ ହେବାର

ପ୍ରାୟ 40 ମିନିଟ୍ ପରେ ଇୱାଟେର କୁଜିର ଏକ ବନ୍ଦରରେ 80 ସେଣ୍ଟିମିଟର ଉଚ୍ଚତାର ସୁନାମି ଲହଡି

ଆଘାତ କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande