ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା : ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
ଜୟପୁର, ୨୧ ଏପ୍ରିଲ୍ (ହି.ସ.)- ଜୟପୁର ସ୍ଥିତ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ପୋକ୍ସୋ କୋର୍ଟରେ ଆଜି ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ କୁ 20 ବର୍ଷ ସଶ୍ରମ କାରାଦଣ୍ଡ ସହ 50 ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଛି l2024 ମସିହାରେ ପଟାଙ୍ଗୀ ଥାନା ଅଂଚଳରେ ଘଟିଥିବା ନାବାଳିକା
ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ କୁ 20 ବର୍ଷ ସଶ୍ରମ କାରାଦଣ୍ଡ ସହ 50000 ଟଙ୍କା ଜୋରିମାନା


ଜୟପୁର, ୨୧ ଏପ୍ରିଲ୍ (ହି.ସ.)- ଜୟପୁର ସ୍ଥିତ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ପୋକ୍ସୋ କୋର୍ଟରେ ଆଜି ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ କୁ 20 ବର୍ଷ ସଶ୍ରମ କାରାଦଣ୍ଡ ସହ 50 ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଛି l2024 ମସିହାରେ ପଟାଙ୍ଗୀ ଥାନା ଅଂଚଳରେ ଘଟିଥିବା ନାବାଳିକା ବିବାହର ମିଥ୍ୟା ପ୍ରତିଶୃତି ଦେଇ ଅପହରଣ ଏବଂ ଦୁଷ୍କର୍ମ ମାମଲା ରେ ବିଚାର କରି 12 ଜଣ ସାକ୍ଷୀ ଙ୍କ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଜୟପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ପୋକ୍ସୋ କୋର୍ଟ ଜଜ ସୁଶ୍ରୀ ସଂଘମିତ୍ରା ଦାଶ ଶୁଣାଣି କରିଛନ୍ତି l ସେମିଲିଗୁଡା ଥାନା ଅନ୍ତର୍ଗତ ମାଝୀପୁଟ ଗ୍ରାମର ଗୋପାଳ ପାଙ୍ଗିକୁ ଭାରତୀୟ ପିଙ୍ଗଳ କୋଡ଼ ଧାରା 366 ରେ 3 ବର୍ଷ ସଶ୍ରମ କାରାଦଣ୍ଡ ସହ 10000 ଟଙ୍କା ଜରିମାନା, ପୋକ୍ସୋ ଆଇନ ର ଧାରା 4(2) ରେ 20 ବର୍ଷ ସଶ୍ରମ କାରାଦଣ୍ଡ ସହ 20000/- ଟଙ୍କା ଜୋରିମାନା ଏବଂ 6 ପୋକ୍ସୋ ଅନୁଯାଇ 20 ବର୍ଷ ସଶ୍ରମ କାରାଦଣ୍ଡ ସହ 20 ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଟଙ୍କା ଅନାଦେୟ ହେଲେ ଦୋଷୀକୁ 15 ମାସ ଅଧିକା ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଦର୍ଶାଇ ଛନ୍ତି lଆଦାୟ ଜୋରିମାନା ଟଙ୍କା ସହ ସରକାରଙ୍କ ତରଫରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମଧ୍ୟମରୁ ପୀଡ଼ିତାଙ୍କୁ 400000/- ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ ନିମନ୍ତେ ନିର୍ଦେଶ ଦେଇଛନ୍ତି.ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ପି ସନ୍ୟାସୀ ରାଓ ମାମଲାକୁ ପରିଚାଳନା କରୁଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande