ମହିଳା ବିରୋଧୀ ମାନସିକତାଧାରୀଙ୍କୁ ଜବାବ ଦେବେ ଦେଶର ନାରୀଶକ୍ତି: ଅପରାଜିତା
ମହିଳା ବିରୋଧୀ ମାନସିକତାଧାରୀଙ୍କୁ ଜବାବ ଦେବେ ଦେଶର ନାରୀଶକ୍ତି: ଅପରାଜିତା
ମହିଳା ବିରୋଧୀ ମାନସିକତାଧାରୀଙ୍କୁ ଜବାବ ଦେବେ ଦେଶର ନାରୀଶକ୍ତି: ଅପରାଜିତା


ମହିଳା ବିରୋଧୀ ମାନସିକତାଧାରୀଙ୍କୁ ଜବାବ ଦେବେ ଦେଶର ନାରୀଶକ୍ତି: ଅପରାଜିତା


ମହିଳା ବିରୋଧୀ ମାନସିକତାଧାରୀଙ୍କୁ ଜବାବ ଦେବେ ଦେଶର ନାରୀଶକ୍ତି: ଅପରାଜିତା


ମହିଳା ବିରୋଧୀ ମାନସିକତାଧାରୀଙ୍କୁ ଜବାବ ଦେବେ ଦେଶର ନାରୀଶକ୍ତି: ଅପରାଜିତା


ମହିଳା ବିରୋଧୀ ମାନସିକତାଧାରୀଙ୍କୁ ଜବାବ ଦେବେ ଦେଶର ନାରୀଶକ୍ତି: ଅପରାଜିତା


ସମ୍ବଲପୁର, ୨୧, ଏପ୍ରିଲ୍ (ହି.ସ.)

ଆଜି ରାଜ୍ୟ ବିଜେପି ଦଳର ବରିଷ୍ଠ ନାରୀନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସମ୍ବଲପୁର ଗସ୍ତରେ ଆସି

ନାରୀଶକ୍ତି ବନ୍ଦନ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି । ବର୍ତ୍ତମାନ ସମାଜର ସ୍ଥିତି, ରାଜ୍ୟ ଓ ଦେଶର ବିକାଶ ମଧ୍ୟରେ ଗୁରୁତ୍ବ ବହନ କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଦେଶର ରାଜନୈତିକ ପଟ୍ଟଚିତ୍ରର ବିଶ୍ଲେଷଣ କରି ବିଭିନ୍ନ ଦିଗକୁ ଲୋକଲୋଚନକୁ ଆଣିବା ପରେ ବର୍ତ୍ତମାନର ସ୍ଥିତି ଅବତାରଣା କରିଥିଲେ । ସଂସଦରେ ସମ୍ବିଧାନ ସଂଶୋଧନ ଓ ସୀମା ନିର୍ଦ୍ଧାରଣ ବିଲ୍କୁ ବିରୋଧ କରିବା ଘଟଣାକୁ ନେଇ କଂଗ୍ରେସ, ଟିଏମସି, ଡିଏମକେ ଓ ସମାଜବାଦୀ ପାର୍ଟି ଭଳି ବିରୋଧୀ ଦଳଗୁଡ଼ିକୁ ବିଜେପି ତୀବ୍ର ସମାଲୋଚନା କରିଛି। ବିରୋଧୀଙ୍କ ଏଭଳି ଆଭିମୁଖ୍ୟ ସେମାନଙ୍କର ମହିଳା ବିରୋଧୀ ମାନସିକତାକୁ ପ୍ରତିଫଳିତ କରୁଛି ବୋଲି ବିଜେପି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି ଯେ ନୀତି ନିର୍ଦ୍ଧାରଣରେ ମହିଳାଙ୍କୁ ସମାନ ଭାଗିଦାରୀ ଦେବା କୌଣସି ଅନୁଗ୍ରହ ନୁହେଁ, ବରଂ ଏହା ସେମାନଙ୍କର ସ୍ୱାଭାବିକ ଅଧିକାର। ଦଶନ୍ଧି ଦଶନ୍ଧି ଧରି ମହିଳାମାନଙ୍କୁ ସଂସଦ ଓ ବିଧାନସଭାରୁ ଦୂରେଇ ରଖିବା ପାଇଁ ଯେଉଁ ଷଡ଼ଯନ୍ତ୍ର ଚାଲିଥିଲା, ତାହା ଏହି ବିଲ୍ ଆଲୋଚନା ସମୟରେ ପଦାରେ ପଡ଼ିଛି। ବିରୋଧୀ ଦଳଗୁଡ଼ିକ କେବଳ ସୀମା ନିର୍ଦ୍ଧାରଣକୁ ବାହାନା କରି ମହିଳା ସଂରକ୍ଷଣ ପ୍ରକ୍ରିୟାକୁ ବିଳମ୍ବ କରିବାକୁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ ମଧ୍ୟ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବିରୋଧୀଙ୍କ ମିଥ୍ୟା ପ୍ରଚାରର କଡ଼ା ଜବାବ ଦେଇ କହିଛନ୍ତି, ଯେ ସୀମା ନିର୍ଦ୍ଧାରଣ ଦ୍ୱାରା ଦକ୍ଷିଣ ଭାରତର କୌଣସି କ୍ଷତି ହେବ ନାହିଁ, ବରଂ ଆନୁପାତିକ ପ୍ରତିନିଧିତ୍ୱ ସଂଖ୍ୟା ବୃଦ୍ଧି ପାଇବା ସହ ଅଧିକ ସୁରକ୍ଷିତ ହୋଇପାରିବ। ଅନ୍ୟପଟେ ସମାଜବାଦୀ ଭଳି ଦଳଗୁଡ଼ିକ କୋଟା ଓ ଧର୍ମଭିତ୍ତିକ ସଂରକ୍ଷଣର ଅସାମ୍ବିଧାନିକ ଦାବି ଉପସ୍ଥାପନ କରି ପ୍ରସଙ୍ଗକୁ ବିଭ୍ରାନ୍ତ କରିବାକୁ ଅପଚେଷ୍ଟା କରୁଥିବା ମଧ୍ୟ ବିଜେପି କହିଛି। ଏହିଭଳି ବାତାବରଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ ଦେଶର ମହିଳାମାନେ ଆଉ କେବଳ ନୀରବଦ୍ରଷ୍ଟା ସାଜିବେହ ନାହିଁ, ସେମାନେ ଏବେ ବେଶ୍ ସକ୍ରିୟ ସହଭାଗୀ ଏବଂ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାର ମଧ୍ୟ ଶକ୍ତି ରଖିଛନ୍ତି। ଗଣତନ୍ତ୍ରକୁ ସୁଦୃଢ଼ ରଖିବା ପାଇଁ ମହିଳା ସଶକ୍ତିକରଣକୁ ବିଜେପି ସର୍ବାଧିକ ଗୁରୁତ୍ୱ ଦେଇଛି ଓ ଆଗାମୀ ଦିନରେ ଦେବ ବୋଲି ଦଳ ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ କରାଯାଇଛି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସହ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର,

ରାଜ୍ୟ ବିଜେପି ପ୍ରବକ୍ତା ତଥା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସବିତା ନନ୍ଦ, ଜିଲ୍ଲା ଉପସଭାପତି ଶୁଶାନ୍ତ ପୁରୋହିତ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଷମା ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଆଜି ପ୍ରତ୍ୟୁଷରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ସମ୍ବଲପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ରେଙ୍ଗାଲିର ପୁର୍ବତ୍ତନ ବିଧାୟକ ନାଉରୀ ନାୟକ ଫୁଲତୋଡ଼ା ପ୍ରଦାନ ପୂର୍ବକ ଉପଢୌକନ ଦେଇ ସ୍ବାଗତ କରିଥିଲେ । ପରେ ପରେ ଦଳର ଅନ୍ୟାନ୍ୟ ନେତୃବୃନ୍ଦ ଓ କର୍ମୀମାନେ ପାଛୋଟି ନେଇଥିଲେ । ଆଜିର କାର୍ଯ୍ୟକ୍ରମ ପୂର୍ବରୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ମାଁ'ଙ୍କ ପୂଜାର୍ଚ୍ଚନା ସହ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande